ଅମିତ ଶାହଙ୍କ ଭିଡିଓ ଭାଇରାଲ ଘଟଣାରେ ଦିଲ୍ଲୀ ପୋଲିସ ଆଗରେ ଏଭଳି ଜବାବ ରଖିଲେ ରେବନ୍ତ ରେଡ୍ଡିଙ୍କ ଓକିଲ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଏକ ଫେକ୍ ଭିଡିଓ ଭାଇରାଲ ହେବାରେ ଲାଗିଛି । ରବିବାରଠାରୁ ଏହି ଭିଡିଓଟି ଭାଇରାଲ ହେଉଥିବା ଏହି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ଦିଲ୍ଲୀ ପୋଲିସ ନୋଟିସ କରିଥିଲା । ବୁଧବାର ରେବନ୍ତ ରେଡ୍ଡିଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇଥିଲେ । ସେ କହିଛନ୍ତି କି, ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ ରେବନ୍ତଙ୍କର କୌଣସି ସମ୍ପୃକ୍ତି ନାହିଁ । ସିଏମଓ ତେଲେଙ୍ଗାନା ଏବଂ ରେବନ୍ତ ରେଡ୍ଡି କେବଳ ୨ଟି ଏକ୍ସ ହ୍ୟାଣ୍ଡେଲକୁ ବ୍ୟବହାର କରୁଛନ୍ତି । ମାତ୍ର ଏହା ଯେଉଁ ଆଇଡିରୁ ଭାଇରାଲ ହେଉଛି ସେହି ଆଇଡି ରେବନ୍ତ ରେଡ୍ଡି ଚଳାଉନାହାନ୍ତି ।

କହି ରଖୁଛୁ କି, ଅମିତ ଶାହଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ସଂରକ୍ଷଣକୁ ନେଇ ଏକ ବିବୃତି ଦେଇଥିବା ଦେଖିବାକୁ ମିଳିଥିଲା । ଶାହ ଏହା କୌଣସି ସଭା ମଞ୍ଚରେ କହି ନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହି ଘଟଣାରେ ଦିଲ୍ଲୀ ପୋଲିସ ପକ୍ଷରୁ ୧୬ ଜଣଙ୍କୁ ଡକାଇ ପଚରା ଉଚରା ମଧ୍ୟ କରାଯାଇଛି ।