ଡବଲ ଇଂଜିନ ଭୋଟ୍ ପାଇଁ କାମ କରେ, ନବୀନ ଇଂଜିନ ସ୍ୱଛତାର ଇଂଜିନ :କାର୍ତ୍ତିକ ପାଣ୍ଡିଆନ

ଛତ୍ରପୁର: ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦବୋଧନ । କହିଲେ,  ଡବଲ ଇଞ୍ଜିନ ବୋଲି କିଛି ଲୋକ ପାଟି କରୁଛନ୍ତି। ଡବଲ ଇଂଜିନ ସରକାରରେ ସର୍ବନିମ୍ନ ମଜୁରୀ ୩୨୦, ୩୬୦ ଓ ୩୮୦ । ଆମ ରାଜ୍ୟରେ ଯାହା ୪୫୦ । ଡବଲ ଇଂଜିନ ସରକାର ଭତ୍ତା ଦେଉଛନ୍ତି ମାତ୍ର ୩୦୦ ଟଙ୍କା। ଆୟୁଷ୍ମାନ ଯୋଜନାର ବଜେଟ ଦେଶ ପାଇଁ ୬ ହଜାର କୋଟି ଟଙ୍କା। ଓଡ଼ିଶାର ଭାଗ ପଡ଼ିବ ୩ଶହ କୋଟି ଟଙ୍କା । ଓଡ଼ିଶାରେ ବିଏସକେୱାଇ ବଜେଟ୍ କେବଳ ରାଜ୍ୟ ପାଇଁ ୫ ହଜାର କୋଟି । ନବୀନ ଇଂଜିନ ସ୍ୱଛତାର ଇଂଜିନ । ଡବଲ ଇଂଜିନ ଭୋଟ୍ ପାଇଁ କାମ କରେ । ନବୀନ ଇଂଜିନ ଦୁଃଖସୁଖରେ ରୁହେ । ନିର୍ବାଚନ ସମୟରେ ହିଁ ଡବଲ ଇଂଜିନ କଥା ଶୁଭେ । ଅନ୍ୟ ଇଂଜିନ କାମ ଦେବ ନାହିଁ । କାମ କରିବ କେବଳ ନବୀନ ଇଂଜିନ । ଛତିଶଗଡରେ ୫ ବର୍ଷ ତଳେ ଡବଲ ଇଂଜିନ ବନ୍ଦ ହେଇଯାଇଛି,ରାଜସ୍ଥାନ,ହିମାଚଳ ପ୍ରଦେଶରେ ବି ଡବଲ ଇଂଜିନ ବନ୍ଦ । କିନ୍ତୁ ଯେଉଁଠି ଡବଲ ଇଂଜିନ ସରକାର ଆସେ,ସେଠାରେ ବିକାଶ ୨୦ ବର୍ଷ ପଛକୁ ଫେରିଆଯାଏ । ଯେଉଁଠି ଡବଲ ଇଂଜିନ ସରକାର ଆସେ ସେଠି ଲୋନ ବଢିଯାଏ । ସେଠି ସରକାର ଦରମା ଦେଇ ପାରେ ନାହିଁ । ଠକ ମାନଙ୍କୁ ଜେଲରେ ରଖିବା କଥା । ସେମାନଙ୍କୁ ସଂସଦ ପଠାଇବା କଥା ନୁହେଁ । ଗଂଜାମବାସୀ କେବେ ମଧ୍ୟ ସେହି ଭୁଲ କରିବେନାହିଁ ।

ଏହାସହ ଗଞ୍ଜାମରେ ତାଙ୍କର କର୍ମମୟ ଜୀବନର ସମୟକୁ ମନେପକାଇ ପାଣ୍ଡିଆନ ଭାବ ପ୍ରବଣ ହୋଇ ପଡ଼ିଥିଲେ।ଗଞ୍ଜାମବାସୀ ବିଶେଷ କରି ଛତ୍ରପୁର ବାସୀଙ୍କ ସ୍ନେହ ଶ୍ରଦ୍ଧା ମୁଁ କେବେ ଭୁଲି ପାରିବି ନାହିଁ ବୋଲି କହିଥିଲେ । ଛତ୍ରପୁରବାସୀ ମୋତେ ପରିବାର ସଦସ୍ୟଙ୍କ ଭଳି ଦେଖନ୍ତି। ମୋ ଝିଅର ଜନ୍ମ ମାଟି ହେଉଛି ଛତ୍ରପୁର । ମା’ତାରାତାରିଣିଙ୍କ ଆଶୀର୍ବାଦରୁ ସେ ଜନ୍ମ ହୋଇଛି ।