spot_img

Latest Posts

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର

ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ଥିବା ବୟସ କଟକଣାକୁ ହଟାଇ ଦିଆଯାଇଛି। ଏଣିକି ୬୫ ବୟସର ଉର୍ଦ୍ଧ୍ବ ନାଗରିକ ମଧ୍ୟ ସ୍ବାସ୍ଥ୍ୟ ବୀମାରେ ସାମିଲ ହୋଇପାରିବେ। ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଆଇଆରଡିଏଆଇ। ସମସ୍ତ ବୟସ ବର୍ଗର ଲୋକଙ୍କୁ ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ  ସାମିଲ କରିବା ପାଇଁ  ବୀମା ପ୍ରଦାନକାରୀ କମ୍ପାନୀକୁ କୁହାଯାଇଛି। ବୀମା ପ୍ରଦାନକାରୀ କମ୍ପାନୀ ବରିଷ୍ଠ ନାଗରିକ, ଛାତ୍ର, ଶିଶୁ, ପ୍ରସୂତି ଓ ଅନ୍ୟ ସମସ୍ତ ବର୍ଗର ଲୋକଙ୍କୁ ସୁହାଇଲା ଭଳି ସ୍ବାସ୍ଥ୍ୟ ବୀମା ଯୋଜନା ପ୍ରସ୍ତୁତ କରିବେ। ପୂର୍ବରୁ ସ୍ବାସ୍ଥ୍ୟ ସମସ୍ୟା ଥିବା  ଲୋକଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ। ଏଥିସହ ଉପଭୋକ୍ତାଙ୍କୁ ସୁହାଇଲା ଭଳି କିସ୍ତିରେ ବୀମା ପ୍ରିମିୟମ ପ୍ରଦାନ କରିବାକୁ କମ୍ପାନୀ ଗୁଡ଼ିକୁ ଆଇଆରଡିଏଆଇ ନିର୍ଦ୍ଦେଶ ଦେଇଛନ୍ତି । ଆୟୁଷ ଚିକିତ୍ସା କ୍ଷେତ୍ରରେ କୌଣସି ସୀମା ରହିବନାହିଁ । ଆର୍ୟୁରବେଦ, ଯୋଗ, ୟୁନାନି, ସିଦ୍ଧ ଏବଂ ହୋମିଓପ୍ୟାଥି ଚିକିତ୍ସା କ୍ଷେତ୍ରରେ ବିନା କୌଣସି ସୀମାରେ ଚିକିତ୍ସା ସୁବିଧା ମିଳିବ । ଏଥିସହ ବରିଷ୍ଠ ନାଗରିକଙ୍କ ସମସ୍ୟାର ସମାଧାନ ପାଇଁ ଏକ ସ୍ବତନ୍ତ୍ର ମଞ୍ଚ ରହିବ।

Latest Posts

Don't Miss