ସର୍ବସାଧାରଣରେ ମୋବାଇଲ ଚାର୍ଜ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ଚୋରି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

1 min read

ଆଜିର ଯୁଗରେ ଫୋନ୍ ଯେପରି ଆମ ନିତିଦିନିଆ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି । ଡିଜିଟାଲ ଯୁଗରେ ସମସ୍ତେ ପ୍ରାୟ ମୋବାଇଲ ଉପରେ ନିର୍ଭରଶୀଳ । ଫୋନରେ କଥା ହେବାଠୁ ଆରମ୍ଭ କରି ମନି ଟ୍ରାଞ୍ଜାକ୍ସନ୍, ସୋସିଆଲ ମିଡିଆ, ଇ-ମେଲ, ବ୍ୟାଙ୍କ ତଥ୍ୟ ଆଦି ସବୁ କାମ ଏବେ ମୋବାଇଲର ଏକ କ୍ଲିକରେ ।

ତେବେ ଫୋନ ବ୍ୟବହାର ସହିତ ସବୁବେଳେ ଯେପରି ଏଥିରେ ଚାର୍ଜ ରହିବ ସେଥିପ୍ରତି ମଧ୍ୟ ସମସ୍ତେ ସଜାଗ ଥାଆନ୍ତି । ଏଣୁ ଫୋନରେ ଚାର୍ଜ ସରିଲା ମାତ୍ରେ ଚାର୍ଜ କରିବାକୁ ଲୋକେ ସମସ୍ତ ପ୍ରକାରର ଚେଷ୍ଟା କରିଥାନ୍ତି । ଅନେକ ଥର ଏଭଳି ହୋଇଥାଏ କି ଯାତାୟତ ସମୟରେ ଏୟାରପୋର୍ଟ, ରେଳ ଷ୍ଟେସନ , ଟ୍ରେନ କିମ୍ବା ହୋଟେଲରେ ଫୋନ୍ ଚାର୍ଜ କରିବାର ଆବଶ୍ୟକତା ପଡ଼ିଥାଏ ।

କିନ୍ତୁ ସାବଧାନ ହୋଇ ଯାଆନ୍ତୁ –

ସର୍ବସାଧାରଣରେ ଫୋନ୍ ଚାର୍ଜ କରିବା ଦ୍ୱାରା ହ୍ୟାକର୍ସମାନେ ଆପଣଙ୍କ ମୋବାଇଲରୁ ଗୋପନୀୟ ତଥ୍ୟ ସଂଗ୍ରହ କରିନେବେ । ଯେପରିକି ଆପଣଙ୍କ ବ୍ୟାଙ୍କ ତଥ୍ୟ , ଇମେଲ ଓ ସୋସିଆଲ ନେଟୱର୍କର ପାସୱାର୍ଡ ଆଇଡିକୁ ହ୍ୟାକର୍ସମାନେ ଚୋରାଇ ନେବେ ।

ଏଭଳି ସଂକଟରୁ ବଞ୍ଚିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଟ୍ୱିଟ ଯୋଗେ ଲୋକମାନଙ୍କୁ ସାବଧାନ ହେବାକୁ ପରାମର୍ଶ ଦେଇଛି । ବ୍ୟାଙ୍କ କହିଛି, ‘କୌଣସି ସର୍ବସାଧରଣ (ପବ୍ଲିକ ପ୍ଲେସ )ରେ ଫୋନ ଚାର୍ଜ କରିବା ପୂର୍ବରୁ ଥରୁଟିଏ ଭାବନ୍ତୁ । ଏଭଳି କରିବା ଦ୍ୱାରା ଆପଣ ହ୍ୟାକର୍ସ ମାନଙ୍କୁ ସୁଯୋଗ ଦେଉଛନ୍ତି ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିବା ପାଇଁ । ଫୋନରେ ଥିବା ବ୍ୟାଙ୍କ ତଥ୍ୟ , ଇମେଲ ଓ ସୋସିଆଲ ନେଟୱର୍କର ପାସୱାର୍ଡ ଆଇଡିକୁ ହ୍ୟାକର୍ସମାନେ ଚୋରାଇ ନେଇ ଯାଇପାରନ୍ତି । ଏୟାରପୋର୍ଟ, ରେଳ ଷ୍ଟେସନ , ଟ୍ରେନ କିମ୍ବା ହୋଟେଲରେ ଫୋନ୍ ଚାର୍ଜ କରନ୍ତୁ ନାହିଁ ।’

https://nandighoshatv.comsecurity-issue-in-android-mobiles/

Leave a Reply