ଦୟାକରି ପିଲାଙ୍କୁ କୁହନ୍ତୁନି ଏମିତି…

1 min read

ଏହି ସବୁ ଶବ୍ଦ ବ୍ୟବହାର କରନ୍ତୁ ନାହିଁ

ଶିଶୁଙ୍କ ବୟସ ଅନୁସାରେ ତାଙ୍କ ଲାଳନପାଳନ କରିବା ଏକ ସମ୍ବେଦନଶୀଳ ଏବଂ ସୁକ୍ଷ୍ମ ପ୍ରକ୍ରିୟା,  ଯାହା ବାସ୍ତବିକ ଦୁନିଆ ପାଇଁ ତାଙ୍କୁ ପ୍ରସ୍ତୁତ କରିବାର ଏକ ନିରନ୍ତର ପ୍ରୟାସ । ମାତା ପିତାଙ୍କୁ ସଠିକ୍ ଉଦାହରଣ ପ୍ରସ୍ତୁତ କରିବା, ଶିଶୁଙ୍କୁ ଭଲ ଭାଷା ଶିଖାଇବା ପାଇଁ କିଛି ସରଳ ଉପାୟ ଆପଣେଇବାକୁ ପଡ଼ିବ । ଯେତେବେଳେ ଶିଶୁ ବଢ଼ିଲା ବୟସରେ ଥାଏ, ମାତା ପିତା ବ୍ୟବହାର କରୁଥିବା ଶବ୍ଦ ଗୁଡ଼ିକ ତାକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ସେଥିପାଇଁ କୁହାଯାଏ ଯେ ଶିଶୁ ମାନଙ୍କ ଆଗରେ ଅତି ସଞ୍ଜମତା ଏବଂ ସତର୍କ ହୋଇ କଥା ହେବା ଉଚିତ ।  

ପଜିଟିଭ ପ୍ୟାରେଣ୍ଟିଂ

ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଶିଶୁ ମାନେ ଖୁବଶୀଘ୍ର କଥା ଏବଂ ଆଚରଣକୁ ଗ୍ରହଣ କରିଥାନ୍ତି । ତେଣୁ ଶିଶୁର କଥାବାର୍ତ୍ତା ଏବଂ ଆଚରଣ ତାଙ୍କ ମସ୍ତିସ୍କ ବିକାଶ ଉପରେ ଗୁରୁତ୍ୱ ବହନ କରେ । ଖରାପ କଥା ବା ଅଭଦ୍ର ଭାଷା କହିବାରୁ ତ ମାତାପିତା ମାନେ ଶିଶୁଙ୍କୁ ଆକଟ କରିଥାନ୍ତି । କିନ୍ତୁ ତା ବାଦ୍ ଆହୁରି ଅନେକ ଶବ୍ଦ ରହିଛି ଯାହା ଶିଶୁଙ୍କ ମସ୍ତିଷ୍କ ପ୍ରଭାବିତ କରିଥାଏ । ତେବେ ଜାଣନ୍ତୁ କଣ ସେ ଶବ୍ଦ ଗୁଡ଼ିକ…

୧.  ନଷ୍ଟ କରିଦେବା (Spoiled)

ଯଦି ଏପରି କିଛି ପରିସ୍ଥିତି ଆସିଲା ଓ ଆପଣ ଶିଶୁ ସହିତ କଥା ହେଉଛନ୍ତି ତେବେ ‘ନଷ୍ଟ’  (Spoiled) ଶବ୍ଦ ବ୍ୟବହାର କରନ୍ତୁ ନାହିଁ ।

ଉଦାହରଣ-

୧. ମୁଁ ଘର ସଜାଡ଼ିକି ଯାଇଥିଲି, କିନ୍ତୁ ତୁ ସବୁ ନଷ୍ଟ କରିଦେଲୁ’ ।

୨. ‘ତୋ ପାଇଁ ମୁଁ ମୋ ଲାଇଫ, କ୍ୟାରିୟର ସ୍ପଏଲ କରିଦେଲି ।‘

ଏଭଳି ଶବ୍ଦକୁ ବୁଝିବାର ସାମର୍ଥ୍ୟ ଶିଶୁ ମାନଙ୍କ ପାଖରେ ନଥାଏ । ଏହା ତାଙ୍କ ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇବା ସହିତ ଆଗାମୀ ଦିନରେ ଆପଣଙ୍କ ପାଖରେ ଖୋଲିକି କିଛି କଥା ହେବା ପାଇଁ କୁଣ୍ଠାବୋଧ କରିବେ ।

୨. ଚାଲାକ ( Smart )

ଶିଶୁ ମାନଙ୍କୁ ତାଙ୍କ ବୁଦ୍ଧିର ପ୍ରଂଶସା କରିବା ଭଲ କଥା, କିନ୍ତୁ ବୈଜ୍ଞାନିକଙ୍କ କହିବା ଅନୁସାରେ, ସ୍ମାର୍ଟ କହିବା ଦ୍ୱାରା ତାଙ୍କ ବାସ୍ତବିକ ପରିଶ୍ରମ ତାଙ୍କ ଠାରୁ ଛଡ଼େଇ ନେଲା ପରି ହୋଇଥାଏ । ଏହା ଦ୍ୱାରା ତାଙ୍କୁ ଏହା ବିଶ୍ୱାସ କରିବା ପାଇଁ ବାଧ୍ୟ କରାଯାଇଥାଏ ଯେ ସେ ସ୍ୱତନ୍ତ୍ର ବୁଦ୍ଧି ସହିତ ଜନ୍ମ ହୋଇଛନ୍ତି ଏବଂ ସେ ଅନ୍ୟ ଶିଶୁ ମାନଙ୍କ ତୁଳନାରେ ଭିନ୍ନ ।

 ୩. ବୋକା ( Stupid )

ଶିଶୁ ମାନଙ୍କ ‘ବୋକା’ ଭଳି ନକାରାତ୍ମକ ଶବ୍ଦରେ ଡାକିବା ତାଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ତାଙ୍କୁ ରାଗରେ ହେଉ କିମ୍ବା ଥଟ୍ଟାରେ ଏଭଳି ଶବ୍ଦ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ ।

୪. ରାଜକୁମାରୀ/ ହିରୋ ( Princess/Hero)

ମନବିଜ୍ଞାନୀଙ୍କ ଅନୁସାରେ, ପିଲାଙ୍କୁ ରାଜକୁମାରୀ କିମ୍ବା ହିରୋ ଭଳି ଶବ୍ଦର ବ୍ୟବହାର ଫଳରେ ସେମାନେ ନିଜକୁ ଏକ ସ୍ୱତନ୍ତ୍ର ଭାବନା ରାଇଜରେ ରହିବା ଭଳି ମନେ କରନ୍ତି । ଆଇଡେଣ୍ଟିଟି ଏବଂ ଜେଣ୍ଡର ସମ୍ବର୍ଦ୍ଧିତ ତଥ୍ୟ ଜାଣିବା ପୂର୍ବରୁ ତାଙ୍କୁ ଏଭଳି ଶବ୍ଦ କୁହନ୍ତୁ ନାହିଁ ।

Leave a Reply