spot_img

Latest Posts

ନଜର ପକାନ୍ତୁ ସକାଳୁ କେଉଁଠି କେତେ ରହିଛି ତାପମାତ୍ରା

ଭୁବନେଶ୍ବର: ଆକାଶରୁ ଅଗ୍ନିବର୍ଷା । ରାଜ୍ୟର ଅଧିକାଂଶ ସ୍ଥାନରେ ହଟ୍ ଆଣ୍ଡ ହ୍ୟୂମିଡ କଣ୍ଡିସନ ଲାଗି ରହିଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏପରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଆଜି ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ସ୍ଥିତି ପାଇଁ ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ କାଲି ୧୨ଟି ଜିଲ୍ଲା, ୧୭ ତାରିଖରେ ୧୬ ଟି ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଯାଇଛି । ତେବେ ୧୮, ୧୯ ଏବଂ ୨୦ ତାରିଖରେ ଚଳିତ ସିଜିନ୍ର ସବୁଠାରୁ ପିକ୍ ସ୍ଥିତି ରହିବ ବୋଲି ଆକଳନ କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ସାଂଘାତିକ ସ୍ଥିତି ଅନୁଭୁତ ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ସାମ୍ଭାବ୍ୟ ଅଂଶୁଘାତ ମୁକାବିଲା ନେଇ ପ୍ରସ୍ତୁତି ରହିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନଜର ପକାନ୍ତୁ ସକାଳ ୮ଟା ୩୦ ସୁଦ୍ଧା କେଉଁଠି କେତେ ରହିଛି ତାପମାତ୍ରା ।

ଭୁବନେଶ୍ୱର: ୩୨.୬ ଡିଗ୍ରି

ପାରାଦ୍ୱୀପ: ୩୨ ଡିଗ୍ରି

ପୁରୀ: ୩୨ ଡିଗ୍ରି

କେନ୍ଦୁଝର: ୩୨ ଡିଗ୍ରି

ବାଲେଶ୍ୱର: ୩୧.୮ ଡିଗ୍ରି

ଚାନ୍ଦବାଲି: ୩୧.୬ ଡିଗ୍ରି

ଝାରସୁଗୁଡା: ୩୦.୮ ଡିଗ୍ରି

ହୀରାକୁଦ: ୩୦.୨ ଡିଗ୍ରି

ସମ୍ବଲପୁର: ୩୦ ଡିଗ୍ରି

ରାଉରକେଲା: ୩୦ ଡିଗ୍ରି

ଗୋପାଳପୁର:୨୯.୮ ଡିଗ୍ରି

Latest Posts

Don't Miss