ନିରାଶ ହେଲା ଚୋର: ମାଲିକଙ୍କ ଉଦ୍ଦେଶ୍ୟରେ ଲେଖିଲା କିଛି ଏଭଳି କଥା

ଇନ୍ଦୋର: ଚୋର ଗୋଟିଏ ରାତି ବିତେଇଲା , ଚୋରି କରିବା ପାଇଁ  । ଯେତେବେଳେ କିଛି ନପାଇଲା , ନିରାଶ ହେଇ ଲେଖିଲା ତୁମେ ଭାରି କଞ୍ଜୁସ୍  । ଘଟାଣିଟି ଏହି ସପ୍ତାହରେ ମଧ୍ୟପ୍ରଦେଶର ଶଜାପୁରର ଜିଲ୍ଲାର ଆଦର୍ଶ ନଗର ଅଞ୍ଚଳରେ ଘଟିଛି  । ଘଟଣା ଅନୁଯାୟୀ, ଚୋର ଜଣଙ୍କ ଇଞ୍ଜିନିୟର ସୋନିଙ୍କ ଘରେ ଚୋରି କରିବା ପାଇଁ ପଶିଥିଲେ ।  ସେ ନଥିବାବେଳେ ତାଙ୍କ ଘର ତାଲା ଭାଙ୍ଗି ପୂରା ଘର ବୁଲିଥିଲା  । ହେଲେ ଘରୁ କିଛି ପାଇନଥିଲା  ।  ଅନେକ କଷ୍ଟ କରି ଅଣ୍ଡାଳି ଉଣ୍ଡୁଳି ନିରାଶ ହୋଇଥିଲା ଚୋର  । ସେହି ସମୟରେ ଚୋର ଏକ ଖାତାରେ ମାଲିକଙ୍କ ଉଦ୍ଦେଶ୍ୟରେ ଲେଖିଲା ତୁମେ ବହୁତ କଞ୍ଜୁସ୍ । ଝରକା ଭାଙ୍ଗିବାରେ ଯେଉଁ ପରିଶ୍ରମ କରିଥିଲା ତାହା ଫଳ ମଧ୍ୟ ମିଳିଲାନି  । ସୋନି ଏ ଘଟଣାକୁ ଶାଜାପୁର ପୋଲିସ୍ ଷ୍ଟେସନ୍‌ରେ ଜଣାଇଥିଲେ  । ପୋଲିସ୍ ଆସି ଘରେ ତଦନ୍ତ କରିବା ପରେ , ଦେଖିଥିଲା ଯେ ଘରର ଅନେକ ଆସବାବ ପାତ୍ର ବିଛୁଡି ହୋଇ ପଡିଥିଲା  । ଆଉ ଏକ ଲେଖା ନୋଟ୍ ପାଇଥିଲା । ସେହି ଲେଖା ନୋଟ୍ ଏବଂ ଘରର ସିସିଟିଭି  ଆଧାରରେ ଚୋରକୁ ଧରିବା ପାଇଁ ଚେଷ୍ଟା ଚାଲିଛି ବୋଲି ଏସପି ପଙ୍କଜ୍ ଶ୍ରୀବାସ୍ତବ କହିଛନ୍ତି ।

Leave a Reply