କଦଳୀର ମୂଲ୍ୟ ୮୫ ଲକ୍ଷ!
ଦକ୍ଷିଣ ଫ୍ଲୋରିଡା: ଗୋଟିଏ କଦଳୀର ମୂଲ୍ୟ ୮୫,୫୫,୬୪୦ ଟଙ୍କା । କଥା ଟି ବିଶ୍ୱାସ ଲାଗୁନଥିଲେ ମଧ୍ୟ ସତ । ବୁଧବାର ମିଆମି ସମୁଦ୍ରକୁଳରେ ଅନୁଷ୍ଠିତ ପାରିସିଆନ୍ ଆର୍ଟ ଗ୍ୟାଲେରିରେ ଏମିତି ଏକ କଦଳୀ କଳାକୃତି ପ୍ରଦର୍ଶନ କରାଯାଇଛି । ଯାହାକୁ ଏକ ଟ୍ୟାପ୍ ସାହାର୍ଯ୍ୟରେ କାନ୍ଥରେ ଲଗାଯାଇଛି । ଆଉ ଏହାର ମୂଲ୍ୟ ରହିଛି ୧ଲକ୍ଷ ୨୦ ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରା ଅନୁଯାୟୀ ୮୫,୫୫, ୬୪୦ ଟଙ୍କା । ଯାହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସୁଅ ଛୁଟୁଛି ।
ତେବେ ପ୍ୟାରୋଟିନ୍ର ମୁଖ୍ୟ ଇମାନୁଏଲ ପ୍ୟାରୋଟିନଙ୍କ ନେତୃତ୍ୱରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ସିଏନଏନ୍ ରିପୋର୍ଟ ଅନୁଯାୟୀ ଇନଷ୍ଟାଗ୍ରାମରେ ଏହାର ପୋଷ୍ଟ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ପୋଷ୍ଟରେ ଏହା କୁହାଯାଇଛି ଯେ, କଳାକାର କେଟଲନ୍ ଏକ କଦଳୀ ଆକାରର କଳାକୃତି ବନାଇବାକୁ ଚାହୁଁଥିଲେ । ଆଉ ପ୍ରେରଣା ପାଇବାକୁ ସେ ରହୁଥିବା ହୋଟେଲ ରୁମକୁ ପ୍ରତିଦିନ ଏକ କଦଳୀ ସାଙ୍ଗରେ ନେଇ ଯାଉଥିଲେ । ଏହାପରେ ସେ ଏହି କଳାକୃତି ବନାଇବାରେ ସମର୍ଥ ହୋଇଥିଲେ ।
ତେବେ ଉଲ୍ଲେଖଯୋଗ୍ୟ ଯେ, ପୁର୍ବରୁ ଏହି ନାମି କଳାକାରଙ୍କର ପ୍ରସିଦ୍ଧ ଗୋଲଡେନ୍ ଟଏଲେଟ୍ କଳାକୃତିଟି ବ୍ରିଟେନର ଏକ ମୋହତ୍ସବରୁ ଚୋରି ହୋଇ ଯାଇଥିଲା । ଏହି ଘଟଣାଟି ମଧ୍ୟ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା ।