spot_img

Latest Posts

ମୁଖ୍ଯମନ୍ତ୍ରୀ ପଦରୁ କେଜରିୱାଲଙ୍କୁ ବାହାର କରିବା ସଂକ୍ରାନ୍ତ ପିଟିସନର ଆଜି ଶୁଣାଣି 

ନନ୍ଦିଘୋଷ ବ୍ୟୁରୋ: ପିଛା ଛାଡୁନି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ଯା। ମୁଖ୍ଯମନ୍ତ୍ରୀ ପଦରୁ କେଜରିୱାଲଙ୍କୁ ବାହାର କରିବା ସଂକ୍ରାନ୍ତ ପିଟିସନର ଆଜି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ। ପୂର୍ବତନ ଆପ୍ ବିଧାୟକ ସନ୍ଦୀପ କୁମାର କରିଥିବା ଆବେଦନ ନେଇ ରାୟ ଦେଇପାରନ୍ତି  ଅଦାଲତ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଗିରଫ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପଦରେ ସେ ରହିପାରିବେ ନାହିଁ ବୋଲି ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି ସନ୍ଦୀପ। ଦିଲ୍ଲୀ ମଦ ନୀତି ମାମଲାରେ କେଜରିୱାଲ ଗିରଫ ହେବାପରେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି କହିଛନ୍ତି। ଜଷ୍ଟିସ ସୁବ୍ରମଣ୍ଯମ ପ୍ରସାଦ ଏହି ମାମଲାର ଶୁଣାଣି କରିବେ। ଦିଲ୍ଲୀ ସୁଲତାନପୁର ମାଜରାର ପୂର୍ବତନ ଆପ୍ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ହେଉଛନ୍ତି ସନ୍ଦୀପ କୁମାର। ୨୦୧୯ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ ସନ୍ଦୀପ କୁମାର।

Latest Posts

Don't Miss