spot_img

Latest Posts

ସାଧାରଣ ନିର୍ବାଚନରେ ବିଜୟ ଲାଗି ନବୀନ ଦେଉଛନ୍ତି ଗୁରୁମନ୍ତ୍ର

ଭୁବନେଶ୍ବର: ସାଧାରଣ ନିର୍ବାଚନରେ ବିଜୟ ଲାଗି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦେଉଛନ୍ତି ଗୁରୁମନ୍ତ୍ର। ଗତକାଲି ଆଉ ୯ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ସୁପ୍ରିମୋ।  ତାଲିକାରେ ଥିବା ଅଧିକାଂଶ ପ୍ରାର୍ଥୀ ପ୍ରଥମ ଥର ପାଇଁ ବିଜେଡି ଟିକେଟରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ବୃହତ ବିଜୟର ଗୁରୁମନ୍ତ୍ର ନେବାକୁ ପହଞ୍ଚୁଛନ୍ତି ନବୀନ ନିବାସରେ। ବିକାଶର ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ନିର୍ଦ୍ଦେଶ ଦେଉଛନ୍ତି ନବୀନ।

ଦିନେ ଥିଲେ ଚରମ ପ୍ରତିଦ୍ବନ୍ଦ୍ବୀ। ଆଜି ଗୋଟିଏ ଦଳରୁ ଲଢିବାକୁ ଯାଉଛନ୍ତି ନିର୍ବାଚନ। ନବୀନ ନିବାସ ବାହାରେ ହାତ ମିଶାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା ଓ ସାଲେପୁର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା। ତେବେ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ ବେହେରାଙ୍କୁ ଖାଲି ହାତରେ ଫେରାଇ ନାହିଁ ଦଳ। ତାଙ୍କୁ ଗୁରୁତ୍ବପୂର୍ଣ୍ଣ କଟକ-ବାରବାଟୀ ଆସନରୁ ପ୍ରାର୍ଥୀ କରିଛି ବିଜେଡି। ୨୦୧୪ରେ କଂଗ୍ରେସ ଟିକେଟରୁ ସାଲେପୁର ବିଧାୟକ ହୋଇଥିଲେ ପ୍ରକାଶ। ସେ ୨୦୧୯ରେ ବିଜେପି ଟିକେଟରୁ ପରାସ୍ତ ବି ହୋଇଥିଲେ। ଏବେ ବିଜେଡିରେ ମିଶିଛନ୍ତି। କଟକ ସଦର ବିଜେପି ସଭାପତି ଥିବା ସମୟରେ ସଂଗଠନ କରିଥିଲେ ପ୍ରକାଶ। ଯାହା ଚଳିତ ନିର୍ବାଚନରେ ତାଙ୍କ ପାଇଁ ବୁଷ୍ଟିଂ ଫ୍ୟାକ୍ଟର। ସମସ୍ତଙ୍କୁ ନେଇ ଚାଲିବା ସହ ମିଳିମିଶି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କିଛିଦିନ ମଧ୍ୟରେ ସାଧାରଣ ନିର୍ବାଚନ ହେବ। ସୁନ୍ଦରଗଡ଼ରେ ବିଜେଡିର ପ୍ରଦର୍ଶନ ସେତଟା ଭଲ ରହିନି। ଏଥର କିଛି ନୂଆ ଚେହେରା ସହ ଅଭିଜ୍ଞ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଦଳ ପାଇଁ ପୁଞ୍ଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା। ଯାହାର ବାର୍ତ୍ତା ଘରେ ଘରେ ପହଞ୍ଚାଇ ବୃହତ ବିଜୟର ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ। ଲୋକଙ୍କ ପାଖକୁ ଯାଅ। ଲୋକଙ୍କ ସେବା କର। ବିଜୟର ଏହା ହିଁ ଏକ ମାତ୍ର ନବୀନ ମନ୍ତ୍ର। ଏହା ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ ଓଡ଼ିଶାବାସୀଙ୍କ ହୃଦୟରେ ଦେଇଛି ସ୍ଥାନ।

 

Latest Posts

Don't Miss