spot_img

Latest Posts

ବିଶ୍ବସ୍ତରରେ ଓଡ଼ିଶାର ମହିଳା ସଶକ୍ତିକରଣ କାହାଣୀ କହିଲେ ମାଇକ୍ରୋସଫଟ ସହ ପ୍ରତିଷ୍ଠାତା ବିଲ ଗେଟସ

ନନ୍ଦିଘୋଷ ବ୍ୟୁରୋ: ବିଶ୍ବସ୍ତରରେ ଓଡ଼ିଶାର ମହିଳା ସଶକ୍ତିକରଣ କାହାଣୀ କହିଲେ ମାଇକ୍ରୋସଫଟ ସହ ପ୍ରତିଷ୍ଠାତା ବିଲ ଗେଟସ । ଓଡ଼ିଶା ଗସ୍ତ ସମୟରେ ମୁକ୍ତା ଯୋଜନାରେ ମହିଳା ସଶକ୍ତ ହୋଇଥିବା ଭିଡିଓକୁ ଗେଟ୍ସ ଫାଉଣ୍ଡେସନ ଇଣ୍ଡିଆ ଟୁଇଟର ହ୍ଯାଣ୍ଡେଲରେ ପୋଷ୍ଟ କରାଯାଇଛି । ଏସଏଚଜି ମାଧ୍ଯମରେ ମହିଳାମାନେ କିପରି ନିଜର ପରିଚୟ ସୃଷ୍ଟି କରିବା ସହ ସରକାରଙ୍କ ଠାରୁ ଠିକାରେ ନିର୍ମାଣ କାମ ନେଇ ସଫଳତାର ସହ ତୁଲାଉଛନ୍ତି ସେନେଇ ଭିଡିଓରେ ପରିପ୍ରକାଶ କରାଯାଇଛି । ଓଡ଼ିଶା ଗସ୍ତରେ ଥିବାବେଳେ ଉମା ମହେଶ୍ବରୀ ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି ରାଜଲକ୍ଷ୍ମୀ ଜେନାଙ୍କୁ ଭେଟିଥିଲେ ବିଲ ଗେଟସ । ଏସଏଚଜି ମାଧ୍ଯମରେ ମହିଳାମାନେ ମୁକ୍ତା ଯୋଜନାରେ ସହରାଞ୍ଚଳରେ ପାର୍କରେ ନିର୍ମାଣ କାମ କରି ସଶକ୍ତ ହୋଇପାରିଛନ୍ତି । କିପରି ରାଜ୍ଯ ସରକାର ଏହି ଯୋଜନାରେ କାମ ଯୋଗାଇ ସେମାନଙ୍କୁ ସ୍ବାବଲମ୍ବୀ କରିଛନ୍ତି ସେନେଇ ରାଜଲକ୍ଷ୍ମୀ ବିଲ୍ ଗେଟ୍ସଙ୍କୁ କହିଥିଲେ । ଏହି ମହିଳାମାମାନେ ସରକାରଙ୍କଠାରୁ ନିର୍ମାଣ କାମ କାର୍ଯ୍ୟାଦେଶ ପାଇ ତାହାକୁ ସଫଳତାର କାର୍ଯ୍ୟକାରୀ କରିଛନ୍ତି । ମହିଳାଙ୍କ କାର୍ଯ୍ୟଶୈଳୀ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ଭିଡିଓରେ କୁହାଯାଇଛି ।

Latest Posts

Don't Miss