spot_img

Latest Posts

ବଢ଼ୁଛି ବାଉଁଶ ତିଆରି ପେନର ଚାହିଦା

ନୂଆପଡ଼ା: ପ୍ଲାଷ୍ଟିକ ନୁହେଁ ବାଉଁଶ ତିଆରି ପେନ୍ ବ୍ଯବହାର କରିବେ ପିଲା। ସୁରକ୍ଷିତ ରହିବ ପରିବେଶ। ଏଭଳି କିଛି ଚିନ୍ତା କରି ବାଉଁଶ ଅଦରକାରୀ ପେପରରେ ତିଆରି ହେଉଛି ପେନ୍। ନୂଆପଡା ଖଡିଆଳ ବ୍ଲକ ନେହେନା ଗାଁରେ ରହୁଥିବା ପ୍ରଭାକର ଦଣ୍ଡସେନା ଏବଂ କିଛି ଏସଏଚଜି ମହିଳା ମିଶି ଏଭଳି ନିଆରା ପେନ୍ ତିଆରି କରିଛନ୍ତି।

ଅଦରକାରୀ କାଗଜ, ବାଉଁଶ ଓ ତାଳ ପତ୍ରରେ ତିଆରି ହୋଇଛି ଡଟ ପେନ୍। ପରିବେଶ ଅନୁକୂଳ ଏହି ପେନ୍। ନୂଆପଡା ଖଡିଆଳ ବ୍ଲକ ନେହେନା ଗାଁରେ ରହୁଥିବା ପ୍ରଭାକର ଦଣ୍ଡସେନା ଏବଂ କିଛି ଏସଏଚଜି ମହିଳା ମିଶି ଏଭଳି ନିଆରା ପେନ୍ ତିଆରି କରିଛନ୍ତି। ଅଦରକାରୀ କାଗଜ ସହ ବାଉଁଶ ଓ ତାଳ ପତ୍ର ଦ୍ୱାରା ଡ଼ଟ୍ ପେନ୍ ତିଆରି ହୋଇ ସେଥିରେ ପିଜୁଳି, ଲେମ୍ବୁ, କମଳା, ଡାଳିମ୍ବ ଭଳି ମଞ୍ଜିକୁ ଖଞ୍ଜି ଭିନ୍ନ ଏକ ଡିଜାଇନ୍ ଦିଆଯାଇଛି। ପେନ୍ ତିଆରି କରିବା ପାଇଁ ଏସଏଚଜି ମହିଳାଙ୍କୁ ପ୍ରିଶିକ୍ଷଣ ମଧ୍ଯ ମିଳିଛି।

ପ୍ଲାଷ୍ଟିକ ପେନ୍ ପରିବେଶ ପ୍ରତି କ୍ଷତିକାରକ। ପ୍ଲାଷ୍ଟିକ ପେନ୍ ବ୍ଯବହାର କରି ଫିଙ୍ଗିଦେବା ଦ୍ବାରା ଏହା ପରିବେଶକୁ ନଷ୍ଟ କରିଥାଏ। ଏହା ବଦଳରେ ଯଦି କାଗଜ ବାଉଁଶ ଓ ପତ୍ରରେ ତିଆରି ଡ଼ଟ୍ ପେନ୍ ବ୍ୟବହାର ହୁଏ ପରିବେଶ ସୁରକ୍ଷିତ ରହିବ। ଏହି ପେନ୍ ବ୍ୟବହୃତ ପରେ ଫିଙ୍ଗିଦେଲେ ସେଥିରେ ଲାଗିଥିବା ମଞ୍ଜିରୁ ଗଛ ସୃଷ୍ଟି ହେବ। ଏହାକୁ ଦୃଷ୍ଟି ଦେଇ ପ୍ରତିଦିନ ନେହେନା ଗାଁର ଗାୟତ୍ରୀ ଏସଏଚଜି ଗ୍ରୁପର ୧୦ ଜଣ ମହିଳା ୫ ଶହରୁ ୧ ହଜାର ପର୍ଯ୍ୟନ୍ତ ଡ଼ଟ୍ ପେନ୍ ତିଆରି କରୁଛନ୍ତି । ଏହି ପେନର ବହୁଳ ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ଗୋଟିଏ ଡ଼ଟ୍ ପେନକୁ ୩ଟଙ୍କାରେ ବିକ୍ରି କରାଯାଉଛି।

Latest Posts

Don't Miss