spot_img

Latest Posts

ଷ୍ଟ୍ରବେରୀ ଚାଷ କରିଛି ସ୍ବାବଲମ୍ବୀ

ରାୟଗଡ଼ା: ଦିନେ ପେଟ ପାଟଣା ପାଇଁ ଦୁର୍ଗମ ଅଂଚଳର ମହିଳାଙ୍କୁ ମୂଲ ଲାଗିବା ସହ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ପଡୁଥିଲା । ଏବେ ରାଜ୍ଯ ସରକାରଙ୍କ ପାଇଁ ବଦଳିଛି ମହିଳାଙ୍କ ପରିଚୟ। ଦିନ ମଜୁରିଆରୁ ଷ୍ଟ୍ରବେରୀ ଚାଷୀ ହେବାର ନୂଆ ପରିଚୟ। ସହଯୋଗର ହାତ ବଢାଇଛି ପ୍ରଶାସନ। ଲାଲ ଟହ ଟହ ଷ୍ଟ୍ରବେରୀ । ଛୋଟ ଛୋଟ ଗଛରେ ଫଳିଛି ପେନ୍ଥା ପେନ୍ଥା କୋଳି । ଷ୍ଟ୍ରବେରୀ ଚାଷ କରି  ରାୟଗଡା ରାମାନାଗୁଡ଼ାର ମହିଳା ସ୍ବାବଲମ୍ବୀ। ପାଲୁପାଇ ,ଟାସକୀ ଓ ଜିନଜିରବାଡ଼ି ଗାଁର ମହିଳା ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ସହ ମୂଲ ଲାଗି ଜୀବିକା ନିର୍ବାହ କରୁଥିଲେ। ଏବେ ଗାଁ ମହିଳାମାନେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଆରମ୍ଭ କରିଛନ୍ତି ଷ୍ଟ୍ରାବେରୀ ଚାଷ ।

ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ କୃଷି ବିଭାଗ ପ୍ରୟାସରେ ଏହି ଚାଷ ଆରମ୍ଭ ହୋଇଛି।  ଷ୍ଟ୍ରାବେରୀ ଚାଷ ନିମନ୍ତେ ପ୍ରଥମେ ମହିଳାଙ୍କୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ପ୍ରଶିକ୍ଷଣ ଦିଆଯାଇଥିଲା। ଉନ୍ନତ ଜ୍ଞାନ କୌଶଳ ଯଥା ବୁନ୍ଦା ଜଳସେଚନ ମାଧ୍ୟମରେ ଷ୍ଟ୍ରାବେରୀ ଚାଷ କରିବା ନେଇ ତାଲିମ ପ୍ରଦାନ କରାଯାଇଥିଲା। ଉତ୍ପାଦୀତ ଷ୍ଟ୍ରାବେରୀକୁ କିଲୋ ପିଛା ୫୦୦ ଟଙ୍କାରେ ବିକ୍ରି କରାଯାଉଛି।

ଉପାନ୍ତ ଅଂଚଳର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଷ୍ଟ୍ରାବେରୀ ଚାଷ କରି ସ୍ଵାବଲମ୍ବୀ ହେବା ପ୍ରସଙ୍ଗରେ  ରାମାନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ କରିଛନ୍ତି, ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଚାଷ ଆରମ୍ଭ କରାଯାଇଥିଲା। ଏବେ ଏଥିରୁ ଭଲ ରୋଜଗାର ହେଉଛି। ଉତ୍ପାଦିତ ଷ୍ଟ୍ରାବେରୀ ପାଇଁ ଅଧିକ ବଜାରିକରଣ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Latest Posts

Don't Miss