spot_img

Latest Posts

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହୋଇପାରେ ନାଗରିକ ସଂଶୋଧନ ଅଧିନୟମ ସିଏଏ

ନୂଆଦିଲ୍ଲୀ:  ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହୋଇପାରେ ନାଗରିକ ସଂଶୋଧନ ଅଧିନିୟମ ସିଏଏ। ମାର୍ଚ୍ଚ ପହିଲା ପରେ କେତେବେଳେ ବି ଦେଶରେ ନାଗରିକ ସଂଶୋଧନ ଆଇନ ଲାଗୁ କରିପାରେ କେନ୍ଦ୍ର। ଏ ନେଇ ସ୍ଵତନ୍ତ୍ର ପୋର୍ଟାଲ ମଧ୍ଯ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ନିୟମ ଲାଗୁ ହେବା ସହ ସିଏଏ ଆଇନ ତୁରନ୍ତ ଲାଗୁ ହୋଇଯିବ। ଏଥିଲାଗି ଅନଲାଇନ ପୋର୍ଟାଲ ପ୍ରସ୍ତୁତ ହୋଇସାରଛି। ସମ୍ପୂର୍ଣ୍ଣ ଅନଲାଇନ୍ ହେବ ଏହି ପ୍ରକ୍ରିୟା। ଆବେଦକଙ୍କୁ କେବଳ ସେହି ବର୍ଷର ସୂଚନା ଦେବାକୁ ଯେଉଁ ବର୍ଷ ସେମାନେ କୌଣସି ଦସ୍ତାବିଜ୍ ବିନା ଭାରତ ମଧ୍ଯକୁ ପ୍ରବେଶ କରିଥିଲେ। ଆବେଦକଙ୍କଠାରୁ କୌଣସି ପ୍ରମାଣପତ୍ର ମଗାଯିବ ନାହିଁ। ସିଏଏ ଆଇନ ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶର ସଂଖ୍ଯାଲଘୁ ଅନୁପ୍ରବେଶକାରୀ ଯେଉଁମାନେ ଦୀର୍ଘ ସମୟ ଧରି ଭାରତରେ ବେଆଇନ ଭାବେ ରହି ଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ସୁଯୋଗ ପ୍ରଦାନ କରିବ। ଏହି ଆଇନ ଦ୍ବାରା କୌଣସି ଭାରତୀୟ ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି ତାଙ୍କର ନାଗରିକତା ରଦ୍ଦ ହେବାର କୌଣସି ବ୍ୟବସ୍ଥା ନାହିଁ। ଏହି ଆଇନ ଜରିଆରେ ଭାରତୀୟ ନାଗରିକତା ହାସଲ କରିବାର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ।

ଡିସେମ୍ବର ୨୦୧୯ରେ ସିଏଏ ବିଧେୟକ ପାସ ହେବା ପରେ ରାଷ୍ଟ୍ରପତିଙ୍କ ସ୍ଵୀକୃତି ପାଇଥିଲା। ସିଏଏକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଦେଖିବକୁ ମିଳିଥିଲା ବିରୋଧ। ପାରିତ ହେବାର ୪ ବର୍ଷ ପରେ ଏହି ଆଇନ ଲାଗୁ ହେବାକୁ ଯାଉଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଦେଶରେ ସିଏଏ ଆଇନ ଲାଗୁ କରିବା ବିଜେପି ଘୋଷଣାପତ୍ରରେ ସ୍ଥାନ ପାଇଥିଲା। ସିଏଏ ଆଇନ ଜରିଆରେ କେନ୍ଦ୍ର ସରକାର ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶରେ ପ୍ରତାଡ଼ିତ ଅଣ ମୁସଲିମ ପ୍ରବାସୀ ନାଗରିକ ଯେଉଁମାନେ ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାରସି ଏବଂ ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇଥିବେ, ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ବ୍ଯବସ୍ଥା ରହିଛି। ଯେଉଁମାନେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତରେ ରହିଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ବ୍ୟବସ୍ଥା ରହିଛି।

Latest Posts

Don't Miss