spot_img

Latest Posts

ବଲିଉଡ୍‌ ଅଭିନେତ୍ରୀ ଜୟାପ୍ରଦାଙ୍କୁ ପଳାତକ ଘୋଷଣା କଲେ କୋର୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ପଳାତକ ଘୋଷଣା କରିଛନ୍ତି ଅଦାଲତ। ବାରମ୍ବାର ହାଜର ହେବାକୁ ନିର୍ଦ୍ଦେଶ ସତ୍ତ୍ବେ ଜୟପ୍ରଦା ହାଜର ନହେବାରୁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି। ଜୟାପ୍ରଦାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୟୁପି ପୋଲିସ ଏକ ଟିମ ଗଠନ କରି ୨୦୨୪ ମାର୍ଚ୍ଚ ୬ ସୁଦ୍ଧା ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ସେ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ଉତ୍ତରପ୍ରଦେଶ ରାମପୁର କୋର୍ଟରେ ବିଚାରାଧୀନ ଅଛି। ତାରିଖ ଉପରେ ତାରିଖ ଗଡ଼ି ଚାଲିଥିଲେ ସୁଦ୍ଧା ଏହି ମାମଲାରେ ଜୟାପ୍ରଦା କୋର୍ଟରେ ହାଜର ହେଉନାହାନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୟାଙ୍କୁ ଫେବୃଆରୀ ୧୨ରେ ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅଭିନେତ୍ରୀ କୋର୍ଟରେ ହାଜର ହୋଇନଥିଲେ। ଏହାପରେ କୋର୍ଟ ସମନ ଜାରି କରି ଉଭୟ ମାମଲାରେ ଜୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ କୋର୍ଟରେ ହାଜର ନହେବାରୁ କୋର୍ଟ ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ଫେରାର ଘୋଷଣା କରିଛନ୍ତି।

Latest Posts

Don't Miss