spot_img

Latest Posts

ବୋମା ବିସ୍ଫୋରଣରେ ଆହତ ଦନ୍ତାହାତୀର ମୃତ୍ୟୁ, ଦୁର୍ଘଟଣାରେ ହାତୀଟିର ଜିଭ…

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣରେ ଆହତ ହୋଇଥିବା ଦନ୍ତାହାତୀର ମୃତ୍ୟୁ ହୋଇଛି। ହାତୀଟିକୁ ଗତକାଲି ଭରତପୁର ଜଙ୍ଗଲରେ ବନ ବିଭାଗ କର୍ମଚାରୀ ଠାବ କରିଥିଲେ। ପରେ OUAT ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଉଥିଲା।

ତେବେ ମଧ୍ୟରାତ୍ରରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ଚିକିତ୍ସା କରିଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ପ୍ରାୟ ୧୫ ଦିନ ତଳୁ ହାତୀଟି ବିସ୍ଫୋରଣର ଶିକାର ହୋଇଥିବା ଅନୁମାନ କରାଯାଉଛି । ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଖାଇ ହାତୀଟି ବିସ୍ଫୋରଣର ଶିକାର ହୋଇଥିଲା ବୋଲି ଅନୁମାନ କରାଯାଉଛି। ବୋମା ବିସ୍ଫୋରଣରେ ହାତୀଟିର ଜିଭ ଛିଡ଼ିଯିବା ସହ ମାଢ଼ିହାଡ଼ ଫାଟି ନଷ୍ଟ ହୋଇଯାଇଥିଲା। ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, ୧୫ ଦିନ ତଳେ ଚନ୍ଦକା ଅଭୟରଣ୍ୟରେ ଆହତ ଦନ୍ତାହାତୀକୁ ଠାବ କରାଯାଇଥିଲା । ଏହା ଖୋର୍ଦ୍ଧା ଅଞ୍ଚଳରୁ ଏକ ହାତୀପଲ ସହ ଆସିଥିଲା ।

ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଗତକାଲି ରାତିରେ ଦନ୍ତାହାତୀଟିର ମୃତ୍ୟୁ ହୋଇଛି । ଏବେ ପୋଷ୍ଟମର୍ଟମ ଚାଲିଛି । ହାତୀ କେଉଁ ସ୍ଥାନରେ ବୋମା ଖାଇଛି, କିଏ ବୋମା ଖଞ୍ଜିଥିଲା, ତାହାର ଅନୁସନ୍ଧାନ କରାଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ।

Latest Posts

Don't Miss