ମୃତ୍ୟୁ ଖବର ମଧ୍ୟରେ ସତ ସେୟାର କଲେ ପୁନମ, କହିଲେ ମୁଁ ବଞ୍ଚିଛି
1 min readମୁମ୍ବାଇ: ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ମଧ୍ୟରେ ସାମନାକୁ ଆସିଲା ସାଙ୍ଘାତିକ ସତ । କାଲି ମୃତ୍ୟୁ ଖବର ପ୍ରଘଟ ହୋଇଥିଲା । ଆଜି ସାମନାକୁ ଆସି କହିଲେ ମୁଁ ବଞ୍ଚିଛି । ହଠାତ ପୁନମଙ୍କ ଏଭଳି ବୟାନ ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ । ଗତକାଲି ପୁନମଙ୍କ ଟିମ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ । ସେହି ପୋଷ୍ଟରେ ପୁନମଙ୍କର ସର୍ଭାଇକାଲ କ୍ୟାନସରରେ ମୃତ୍ୟୁ ହୋଇଥିବା ତାଙ୍କ ମ୍ୟାନେଜର ଜଣାଇଥିଲେ । କିନ୍ତୁ ଆଜି ନିଜେ ପୁନମ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି ।
ପୋଷ୍ଟରେ ସେ କହିଛନ୍ତି ମୁଁ ବଞ୍ଚିଛି । ସମ୍ପୂର୍ଣ୍ଣ ସୁସ୍ଥ ଅଛି । ସର୍ଭାଇକାଲ କ୍ୟାନସର ମୋ ଜୀବନ ନେଇନି । କିନ୍ତୁ ଏହି କ୍ୟାନସର ଯୋଗୁଁ ଅନେକ ମହିଳା ଜୀବନ ହରାଉଛନ୍ତି । ସଚେତନ ହୁଅନ୍ତୁ । HPV ଭ୍ୟାକ୍ସିନ ନେବା ପାଇଁ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପୁନମ । ସଚେତନତା ପାଇଁ ପୁନମ ଏଭଳି ମିଛ ଖବର ପ୍ରଚାର କରିଥିବା କହିଛନ୍ତି । ଅନ୍ୟପଟେ ଏହା ପୁନମଙ୍କ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି ଚର୍ଚ୍ଚା ହେଉଛି ।