ଓଡ଼ିଆ ଝିଅ ହେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ!
ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ରାତିରେ ଜେଏମଏମ ନେଇପାରେ ବଡ଼ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ହେମନ୍ତ ସୋରେନ । ଇସ୍ତଫା ଇଡିର ଘନ ଘନ ଚଢ଼ାଉ ଭିତରେ ଝାଡ଼ଖଣ୍ଡରେ ଜାରି ରହିଛି ରାଜନୈତିକ ହଲଚଲ । ଜମି ଦୁର୍ନୀତି ମାମଲର ଅର୍ଥ ହେରଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଜେରା କରିବାକୁ ଆସନ୍ତାକାଲି ଡାକିଛି। ଏହାରି ଭିତରେ ପୁଣି ଥରେ ସନ୍ଧ୍ୟାରେ ବିଧାୟକ ଦଳଙ୍କ ବୈଠକ ଡାକିଛନ୍ତି ସୋରେନ୍। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସୋରେନ୍ ବିଧାୟକଙ୍କ ସହ ଆଲୋଚନା କରିବେ। ପରବର୍ତ୍ତୀ ରଣନୀତି ନେଇ ଚର୍ଚ୍ଚା ହେବ। କୁହାଯାଉଛି ଯେ, ବୈଠକ ପରେ ହେମନ୍ତ ସୋରେନ୍ ଇସ୍ତଫା ଦେଇପାରନ୍ତି। ତାଙ୍କ ପତ୍ନୀ କଳ୍ପନା ସୋରେନ୍ଙ୍କୁ ସେ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବାପୁ ବାଟିକାରେ ତାଙ୍କ ବିଧାୟକମାନଙ୍କୁ ଭେଟିଥିଲେ ଏବଂ ପରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ସମୟରେ ଦୀର୍ଘ ଘଣ୍ଟା ଧରି ଗାଏବ ରହିଥିବା ପ୍ରଶ୍ନର ସେ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଆପଣଙ୍କ ହୃଦୟରେ ଥିଲି । ଆଉ ରହିବି ମଧ୍ଯ । ଆଉ କିଛି ସମୟ ପରେ ଜେଏମଏମ ବିଧାୟକ ଦଳର ବୈଠକ ବସି ଦଳର ପରବର୍ତ୍ତି କାର୍ଯ୍ୟପନ୍ଥା ସଂପର୍କରେ ବିଚାର କରାଯିବ। ଦୁଇ ଦିନ ଧରି ହେମନ୍ତ ସୋରେନ୍ ଗାଏବ ଥିଲେ। ତେବ ଆଜି ହଠାତ୍ ରାଞ୍ଚିରେ ପହଞ୍ଚିବା ପରେ ବିଧାୟକଙ୍କ ସହ ମିଶି ନିଜ ସରକାରର ସେ ଏକତା ପ୍ରଦର୍ଶନ କରିଛନ୍ତି।ସେପଟେ ମୁଖ୍ୟମନ୍ତ୍ରୀ ସୋରେନ୍ଙ୍କୁ ଇଡି ସମନ୍ ଓ ତାଙ୍କ ନିଖୋଜ ହୋଇଥିବା ପୋଷ୍ଟର ଜାରି କରିବାକୁ ନେଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜେପି ଉପରେ ବର୍ଷିଛି । ଜେଏମ୍ଏମ୍ କର୍ମୀ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ନିଜ ବ୍ୟକ୍ତଗତ କାମ ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିଲେ। କାମ ସରିବା ପରେ ସେ ଦିଲ୍ଲୀରୁ ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ବ୍ୟକ୍ତି ନୁହନ୍ତି, ଏକ ସଂସ୍ଥା। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଯେଉଁ ଶବ୍ଦ ପ୍ରୟୋଗ କରିଛି ତାହା ବିରୋଧରେ ସିଆର୍ପିସି ଧାରା ୪୯୯ ଲାଗୁ ହେଉଛି। ଖୁବଶୀଘ୍ର ମାନହାନୀ ମକଦ୍ଦମା କରିବୁ ବୋଲି ଜେଏମ୍ଏମ୍ କହିଛି । ଆସନ୍ତାକାଲି ହେମନ୍ତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବ। ଏହାପରେ ଇଡି ଗିରଫ କରିପାରେ ବୋଲି କୁହାଯାଉଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଆଇନଗତ ରାସ୍ତା ଖୋଜୁଥିବା ଜଣାପଡିଛି ।