spot_img

Latest Posts

ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ନୂଆଗାଁ: ବୀରମିତ୍ରପୁରକୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ଦୁଇଟି ସରକାରୀ ଡିଗ୍ରୀ କଲେଜ ମୁଖ୍ୟମନ୍ତ୍ରୀ ମଂଜୁର କରିଥିବା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ଗତ ମାର୍ଚ୍ଚ ୧୨ ତାରିଖରେ ସେ ବୀରମିତ୍ରପୁର ଆସିଥିଲେ । ସେ ସମୟରେ ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ଦାବି ହୋଇଥିଲା । ଗୋଟିଏ ନିର୍ବାଚନମଣ୍ଡଳୀରେ ଦୁଇ ଦୁଇଟି ସରକାରୀ କଲେଜ ଖୋଲାଯିବ। ସେହିପରି ଦରଖାସ୍ତ ଦେଇଥିବା ଲୋକ ୧୦ଦିନ ଭିତରେ ସେମାନଙ୍କ ସମସ୍ୟା ସମାଧାନ ନେଇ ଉତ୍ତର ପାଇବେ। ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବିଏସକେଓ୍ବାଇ ଆରମ୍ଭ କରିଛନ୍ତି । ଗ୍ରାମାଞ୍ଚଳରେ କିଛି ଲୋକ ବିଏସକେଓ୍ବାଇ କାର୍ଡ ପାଇନାହାନ୍ତି। ସେମାନଙ୍କୁ ବିଏସକେଓ୍ବାଇ ନବୀନ ହେଲଥ କାର୍ଡ ପାଇଁ ୬ରୁ ୧୬ ମଧ୍ୟରେ ପଂଜୀକରଣ କରିବାକୁ 5T ଅଧ୍ୟକ୍ଷ  କହିଛନ୍ତି। ଫେବ୍ରୁଆରୀ ଶେଷ ସୁଦ୍ଧା ସୁନ୍ଦରଗଡ଼ରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେବ। ପ୍ରତି ପଞ୍ଚାୟତକୁ ଗଡ଼ିବ ସରକାରୀ ବସ ।

ପ୍ରତି ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ମିଳିବ। ନିକଟରେ ହକି ବିଶ୍ବକପ୍ ଆୟୋଜନ କରିଥିଲା ଓଡ଼ିଶା । ହକି ଫେଡେରେସନ୍ କର୍ତ୍ତୃପକ୍ଷ ଭୁବନେଶ୍ବରରେ ହକି ବିଶ୍ବକପ କରିବାକୁ କହିଥିଲେ । ହେଲେ ହକି ରାଜଧାନୀ ସୁନ୍ଦରଗଡ଼ରେ ମଧ୍ୟ ବିଶ୍ବକପ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ହକି ପ୍ରତି ସୁନ୍ଦରଗଡବାସୀଙ୍କ ଭଲ ପାଇବାକୁ ସମ୍ମାନ ଦେଇ ଏଠାରେ ବିଶ୍ବକପ୍ କରାଯାଇଥିଲା। ସାରା ଦୁନିଆରେ ସବୁଠୁ ବଡ଼ ହକି ଷ୍ଟାଡିୟମ ସୁନ୍ଦରଗଡ଼ରେ ସ୍ଥାପନ କରାଯାଇଛି। ଭାରତୀୟ ହକି ଟିମର ପ୍ରାୟୋଜକ ରହିଛି ଓଡ଼ିଶା। ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ସହଯୋଗ ମାଗିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

Latest Posts

Don't Miss