spot_img

Latest Posts

ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟର ବଡ ନିଷ୍ପତ୍ତି : ଏସଆଇଟି ତଦନ୍ତକୁ କଲେ ନାଁ

ନୂଆଦିଲ୍ଲୀ: ବୁଧବାର ଦିନ ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ସେବିର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।  ସୁପ୍ରିମକୋର୍ଟର ୩ ବିଚାରପତି ଦଳ ନିଜର ରାୟରେ କହିଛନ୍ତି ଯେ, ସେବି ଠିକ୍ ତଦନ୍ତ କରୁଛି ଏବଂ ତାର ତଦନ୍ତରେ କିଛି ବି ଭୁଲ୍ ନାହିଁ  । ସେୟାର୍ ମାକେର୍ଟ ରେଗୁଲେଟର୍ ଆଦାନୀ ହିଣ୍ଡେନବର୍ଗ ମାମଲାରେ ୨୪ଟି ମାମଲା ମଧ୍ୟରୁ ୨୨ଟି ମାମଲାରେ ଯାଞ୍ଚ ଶେଷ କରିସାରିଛି । ଏବଂ ୨ଟି ମାମଲାରେ ତଦନ୍ତ ବିଚାରଧୀନ ରହିଛି ।  ଅବିଶିଷ୍ଟ ଦୁଇଟି ମାମଲାର ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟ ସେବି କୁ ତିନି ମାସ ସମୟ ଦେଇଛି  ।  ଏହା ପୂର୍ବରୁ ନଭେମ୍ବର ୨୪ରେ ଏହି ମାମଲାର ଶୁଣାଣି ବେଳେ ମାକେର୍ଟ ରେଗୁଲେଟର୍ ସେବି ଏବଂ ବିଶେଷଜ୍ଞ କମିଟିର ଅନୁସନ୍ଧାନରେ ଉଠାଯାଇଥିବା ପ୍ରଶ୍ନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ  ।  ସୂଚନା ଅନୁସାରେ, ଆମେରିକା ଷ୍ଟକ୍ ବିକ୍ରେତା ସଂସ୍ଥା ୨୦୨୩ ମସିହାରେ ଜାନୁୟାରୀ ମାସରେ ଆଦାନୀ ଗ୍ରୁପ୍ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ ପ୍ରଖ୍ୟାତ କର୍ପୋରେଟ୍ ଆଦାନି ଗ୍ରୁପ୍ ଷ୍ଟକ୍ ପ୍ରାଇସ୍ ଜାଲିଆତି କରିଥିବା ଅଭିଯୋଗ କୁ ନେଇ ସୃଷ୍ଟି ହୋଇଥିବା ଆଦାନି ହିଣ୍ଡେନବର୍ଗ ବିବାଦ ଉପରେ ଆସିଥିବା କିଛି ପିଟିସନ୍ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ରାୟ ଶୁଣାଇଛନ୍ତି  । ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ  କହିଛନ୍ତି ଯେ ଆମେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାର ସମ୍ପୂର୍ଣ୍ଣ ଅନୁସନ୍ଧାନ ରିପୋର୍ଟ ଦାଖଲ କରିବା କୁ SEBI କୁ ନିର୍ଦ୍ଦେଶ ଦେଇଛୁ। ବୁଧବାର ଦିନ ଆଦାନୀ-ହିଣ୍ଡେନ୍ ବର୍ଗମାମଲାରେ ପ୍ରଧାନ ବିଚାରପତି ଡି  ଏହି ରାୟ ପ୍ରଦାନ କରୁଥିବାବେଳେ ସିଜେସି କହିଛନ୍ତି ଯେ SEBI ର ଅଧିକାରରେ ହସ୍ତକ୍ଷେପ କରିବା କୋର୍ଟର ସୀମିତ କ୍ଷମତା ଅଛି। ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ SEBI ନିଜେ ଏହି ଘଟଣାର ଅନୁସନ୍ଧାନ କରିବ, ତଦନ୍ତ ଏସଆଇଟିକୁ ହସ୍ତାନ୍ତର ହେବ ନାହିଁ।

Latest Posts

Don't Miss