spot_img

Latest Posts

ସ୍କୁଲ ବସ ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ୱର: ସ୍କୁଲ ବସ ପାଇଁ ଆସିଲା ଗାଇଡଲାଇନ। ଗାଇଡଲାଇନ ଆଣିଛି ସଡକ ଓ ପରିବହନ ବିଭାଗ। ତେବେ ଖାସ୍ କଥା ହେଉଛି ବସର ଆଗ ଓ ପଛରେ ସ୍କୁଲ ବସ ବୋଲି ଲେଖା ରହିବ।

ସେହିପରି ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ୍‌ ରହିବା ବାଧ୍ୟତାମୂଳକ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି। ଝରକା ଗୁଡିକୁ ଲୁହା ଗ୍ରୀଲରେ ଆବଦ୍ଧ କରାଯିବ। ୫୦ କିଲୋମିଟରରୁ ଅଧିକ ସ୍ପିଡରେ ଚାଲିପାରିବନି ବସ। ବସରେ ସ୍କୁଲର ନାମ ଓ ନମ୍ବର ରହିବା ବାଧ୍ୟତାମୂଳକ କରାଯାଇଛି। ବସ ଡୋରଟି ଭଲ ଭାବେ ଲକ୍ ହେଉଥିବା ଆବଶ୍ୟକ। ଗାଡି ଚଲାଉଥିବା ଡ୍ରାଇଭର ଭ୍ୟାଲିଡ ଲାଇସେନ୍ସ ଥିବା ସହ ୫ ବର୍ଷ ଭାରିଯାନ ଚଳାଇବା ନେଇ ଅଭିଜ୍ଞତା ରହିବା ଆବଶ୍ୟକ।

ସ୍କୁଲ ବସରେ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରିଛି ପରିବହନ ବିଭାଗ। ସ୍କୁଲ ବ୍ୟାଗ ରଖିବା ପାଇଁ ଦୁଇ ସିଟ ମଧ୍ୟରେ ସ୍ପେସ ରହିବ। ଶେଷରେ ଗାଡ଼ିରେ ଫିଟନେସ ସାର୍ଟିଫିକେଟ ଓ ରୁଟ ଚାର୍ଟ ରହିବା ଜରୁରୀ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

Latest Posts

Don't Miss