spot_img

Latest Posts

ବଦଳିବ ପାଞ୍ଚ ହଜାର ବର୍ଷର ପ୍ରାଚୀନ ଐତିହାସିକ ରାଇବଣିଆ ଦୁର୍ଗ

ବାଲେଶ୍ବର: ବଦଳିବ ପାଞ୍ଚ ହଜାର ବର୍ଷର ପ୍ରାଚୀନ ଐତିହାସିକ ରାଇବଣିଆ ଦୁର୍ଗ। ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୧୬ କୋଟି ୮୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଜରାଜୀର୍ଣ୍ଣ ଆବସ୍ଥାରେ ପଡିଥିବା ରାଇବଣିଆ ଦୁର୍ଗ ପୁଣି ବଖାଣିବ ଐତିହାସିକର ଗାଥା। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ ।

ବଦଳିବ ରାଇବଣିଆ ଦୁର୍ଗର ଚିତ୍ର । ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟରେ ଯୋଡିହେବ ପାଞ୍ଚ ହଜାର ବର୍ଷର ଦୁର୍ଗ। ଓଡ଼ିଶା ପର୍ଯ୍ୟଟନ ସ୍ଥଳୀରେ ପାଇବ ନୂଆ ପରିଚୟ। ଦୁର୍ଗର ବିକାଶ ପାଇଁ ୧୬ କୋଟି ୮୭ ଲକ୍ଷ ଟଙ୍କାର ସୁଭ ଭିତ୍ତିପ୍ରସ୍ତର ହୋଇଛି ସ୍ଥାପନ। ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ରାଇବଣିଆ ଦୁର୍ଗ ପୁଣି ବଖାଣିବ ଇତିହାସର ଗାଥା । ଗଡ ଭିତରେ ଥିବା ଜଗନ୍ନାଥ‌ ମନ୍ଦିର ପୁନରୁଦ୍ଧାର ପାଇଁ ୪୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ମନ୍ଦିରର ରୁପାନ୍ତରଣ ସହ ଆଖ ପାଖ ପରିବେଶର ମଧ୍ୟ ବିକାଶ ହେବ ।

ରାଇବଣିଆ ଦୁର୍ଗ କେବଳ ଓଡ଼ିଶାରେ ନୁହେଁ ପୂର୍ବ ଭାରତର ସବୁଠୁ ବଡ଼ ଦୁର୍ଗ ମଧ୍ୟରୁ ଅନ୍ୟତମ। ଏହି ଦୁର୍ଗକୁ ନେଇ ଅନେକ ପୌରାଣିକ ଓ ଐତିହାସିକ ଲୋକ କଥା ରହିଛି। ଏହା ଏକ ବିଶାଳ ଓ ସଂସ୍କ୍ରୁତି ସମ୍ପନ୍ନ ପ୍ରଚୀନ ଦୁର୍ଗ । ପାଞ୍ଚ ହଜାର ବର୍ଷର ଏହି ପ୍ରାଚୀନ ଦୂର୍ଗକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଦାବି ହୋଇ ଆସୁଥିଲା । ଶେଷରେ ଦାବି ପୂରଣ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ।

 

Latest Posts

Don't Miss