spot_img

Latest Posts

୧୫ ଏକର ଜମିରେ ଫଳିଛି ସୁନାର ଫସଲ

ସୁନ୍ଦରଗଡ : ସବୁଜ କ୍ଷେତରେ ଫଳିଛି ସୁନାର ଫସଲ। ଲହଡି ଭାଙ୍ଗୁଛି କେଣ୍ଡା କେଣ୍ଡା ଶୁଆଁ । ସୁନ୍ଦରଗଡ ବାଲିଶଙ୍କରା ତଳସରା ଗାଁର ମହିଳା ଚାଷୀ ସରିତା ସାହୁଙ୍କ ଉଦ୍ୟମରେ ହୋଇଛି ଚାଷ। ଅନ୍ୟ ଜମିରେ ଚାଷ କରି ଫଳାଇଛନ୍ତି ସୁନାର ଫସଲ। ଅନ୍ୟ ଚାଷୀଙ୍କୁ ବୁଝାଇ ୭ ଜଣ ଚାଷୀଙ୍କର ୧୫ଏକର ପଡିଆରେ ଶୁଆଁ ଚାଷ କରିଥିଲେ ସରିତା। ଦୀର୍ଘ ଦିନରୁ ଲୁପ୍ତ ହୋଇଥିବା ଏହି ଫସଲକୁ ସହଜରେ କେହି ଚାଷୀ ଚାଷ କରିବାକୁ ମଙ୍ଗୁନଥିବା ବେଳେ ମହିଳା ହୋଇ ସେ ଏପରି ପଦକ୍ଷେପ ନେଇଥିଲେ। ଅନ୍ୟଙ୍କ ଜମିରେ ଭାଗ ଚାଷ କରି ସେ ସଫଳତାର ସହ ଫଳାଇ ପାରିଛନ୍ତି ଏହି ପୁଷ୍ଟିଶସ୍ୟ। ଚଳିତ ବର୍ଷ ଏହି ଚାଷରୁ ୩ ଲକ୍ଷରୁ ଅଧିକ ଆୟ କରିଛନ୍ତି ସରିତା।

ଶୁଆଁ ଚାଷ ପ୍ରତି ସରିତାଙ୍କ ମୋନବଳ ଦେଖି କୃଷି ବିଭାଗ, ମିଲେଟ ମିଶନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସେବକ ପକ୍ଷରୁ ତାଙ୍କୁ ଯୋଗାଇ ଦିଆଯାଇଛି ବୈଷୟିକ ଜ୍ଞାନ କୌଶଳ ଏବଂ ଚାଷ କରିବା ପାଇଁ ଯନ୍ତ୍ରାଂଶ । ବର୍ତ୍ତମାନ ସୁଦ୍ଧା ସରକାର ଏହି ଶୁଆଁର ଏମଏସପି ଧାର୍ଯ୍ୟ କରିନଥିବା ବେଳେ ଖୋଲା ବଜାରରେ ଏହା ୫୧ ଟଙ୍କା ଦରରେ ବିକ୍ରି ହେଉଛି। ସରିତାଙ୍କ ଶୁଆଁ ଚାଷ ଅନ୍ୟ ମହିଳାଙ୍କୁ ପ୍ରରଣା ଯୋଗାଇଛି ।

Latest Posts

Don't Miss