ଓଡ଼ିଶା ଓ ଆନ୍ଧ୍ର ସୀମାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଧସିଲା ମାଟି ଅତଡା
ଅମରାବତୀ: ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଆନ୍ଧ୍ରପ୍ରଦେଶ ବୋରାରୁ ଶିବଲିଙ୍ଗପୁରମ୍ ମଧ୍ୟରେ ରେଳ ଲାଇନରେ ଧସିଲା ମାଟି ଅତଡ଼ା । ମାଲବାହୀ ଟ୍ରେନ ହଠାତ ବ୍ରେକ ମାରିବାରୁ ଲାଇନଚ୍ୟୁତ ହୋଇଯାଇଛି । ଟ୍ରେନର ଇଞ୍ଜିନ ସହ ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ବର୍ଷା ଯୋଗୁ ମାଟି ଅତଡ଼ା ଖସିଥିବା ସୂଚନା ମିଳିଛି । ଟ୍ରାକରେ ଟ୍ରେନ ଚଳାଚଳ ବନ୍ଦ ରହିଥିବାବେଳେ ରେଳ ବିଭାଗର କର୍ମଚାରୀ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ।