spot_img

Latest Posts

ଦାନ୍ତ ଘଷୁ ଘଷୁ ଟୁଥ୍‌ବ୍ରଶ୍‌ ଗିଳିଦେଲେ ମହିଳା, ମରୁ ମରୁ ବଞ୍ଚିଗଲେ

ନନ୍ଦିଘୋଷ ବ୍ୟୁରୋ: ସ୍ପେନର ଜଣେ ୨୧ ବର୍ଷୀୟା ମହିଳାଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି  । ଏକ ଟୁଥ୍ ବ୍ରଶ୍ ତାଙ୍କ ଗଳାରେ ଫସି ଯାଇଥିଲା, ଯାହା ପରେ ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ବହୁତ କଷ୍ଟରେ ବଞ୍ଚି ଯାଇଥିଲା  ।

ଅନେକ ଥର ଏପରି କିଛି ଘଟଣା ସାମ୍ନାକୁ ଆସେ, ଯାହା ଲୋକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଥାଏ  । ଏହିପରି ଗୋଟିଏ ଘଟଣା ଆଜିକାଲି ବହୁ ଚର୍ଚ୍ଚିତ  । ବାସ୍ତବରେ, ଜଣେ ସ୍ପେନୀୟ ମହିଳା ତାଙ୍କ ଟୁଥ୍ ବ୍ରଶକୁ ଗିଳି ଦେଇଥିଲେ ଯାହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା  ।

ଦାନ୍ତ ସଫା ରଖିବା ପାଇଁ ଆପଣ ପ୍ରତିଦିନ ଦାନ୍ତ ଘଷନ୍ତି । ଯଦି ସେହି ବ୍ରଶ୍ ଆପଣଙ୍କ ଗଳାରେ ଫସିଯାଏ ଏବଂ ତା’ପରେ ସିଧା ଆପଣଙ୍କ ପେଟକୁ ଯାଏ ତେବେ କଣ ହେବ? ଏହି ମହିଳାଙ୍କ ସହିତ ଏମିତି ସମାନ ଘଟଣା ଘଟିଛି  । ତାଙ୍କ ପାଇଁ  ଟୁଥ୍ ବ୍ରଶ୍ ସାଜିଛି ମୃତ୍ୟୁର ଟୁଥ୍ ବ୍ରଶ୍  ।

ମହିଳା ଜଣକ ସ୍ପେନର ଗାଲଡାକାଓର ବାସିନ୍ଦା । ତାଙ୍କର ପରିଚୟ ମିଳିପାରି ନାହିଁ। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଏହି ୨୧ ବର୍ଷ ବୟସ୍କା ଯୁବତୀ ତାଙ୍କ ଗଳାରେ ଲାଗିଥିବା ଖାଦ୍ୟ ଖଣ୍ଡକୁ ବାହାର କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏହାରି ମଧ୍ୟରେ ସେ ପୁରା ଟୁଥ୍ ବ୍ରଶକୁ ଗିଳି ଦେଇଥିଲେ।

 

Latest Posts

Don't Miss