ନିଜ ମୁହଁରେ ନିଜେ କଳା ବୋଳିବେ ଏହି କଂଗ୍ରେସ ବିଧାୟକ, ଜାଣନ୍ତୁ କାହିଁକି ?
ଭୋପାଳ: କଂଗ୍ରେସର ନବ ନିର୍ବାଚିତ ଓ ଚର୍ଚ୍ଚିତ ବିଧାୟକ ଫୁଲ ସିଂ ବରୈୟା ମୁହଁ କଳା କରିବେ । ଏବେ ପ୍ରଶ୍ନ ଉଠୁଛି ସେ କାହା ମୁହଁ କଲା କରିବେ । ସେ ପ୍ରକୃତରେ ତାଙ୍କ ନିଜ ମୁହଁ କଳା କରିବେ । ଚଳିତଥର ଭାଣ୍ଡେର ସିଟରୁ ନିର୍ବାଚନ ଲଢି ଜିତିଛନ୍ତି ଫୁଲ ସିଂ ବରୈୟା । ବିଜେପିର ବିପୁଳ ବିଜୟ ମଧ୍ୟରେ ଫୁଲ୍ ସିଂ ବାଜିମାତ କରିଛନ୍ତି । କିନ୍ତୁ ବିଜୟ ପର ବି ସେ ନିଜ ମୁହଁ କଳା କରିବେ ।
ସର୍ବସାଧାରଣ ସ୍ଥାନରେ ସେ ଏଭଳି କରିବେ । ଆଗାମୀ ଡିସେମ୍ବର ୭ ଦିନ ୨ଟା ବେଳେ ରାଜଭବନ ସାମନାରେ ସେ ମୁହଁରେ କଳା ବୋଳିବେ । ଏବେ ଆପଣଙ୍କୁ ଆମେ କହିବୁ ଯେ ସେ ଏପରି କାହିଁକି କରିବେ ? ଫୁଲ ସିଂ ବରୈୟା ନିର୍ବାଚନ ପୂର୍ବରୁ କହିଥିଲେ ଯଦି ମଧ୍ୟ ପ୍ରଦେଶରେ ବିଜେପି ୫୦ରୁ ଅଧିକ ଆସନରେ ଜିତେ ତେବେ ସେ ନିଜ ମୁହଁ କଳା କରିବେ ।
ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଫୁଲ ସିଂ ବରୈୟା ଭାଣ୍ଡେର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । ସେ ୨୯ ହଜାର ୪୩୮ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ । ଏହି ଆସନରୁ ୨୦୧୮ ନିର୍ବାଚନ ଓ ୨୦୨୦ ଉପନିର୍ବାଚନରେ ବିଜେପି ଜିତି ଆସୁଥିଲା । କିନ୍ତୁ ଏଥର କଂଗ୍ରେସକୁ ଭରସା କରି ଫୁଲ ସିଂ ବରୈୟାଙ୍କୁ ଭୋଟ ଦେଇ ଜିତାଇଛନ୍ତି ଭୋଟର ।