ନିର୍ବାଚନ ଫଳାଫଳର ଦିନକ ପରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷକୁ ଗୁଳିକରି ହତ୍ୟା
ଜୟପୁର: ରାଷ୍ଟ୍ରୀୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିକୁ ଆଜି ରାଜସ୍ଥାନର ଜୟପୁରରେ ଗୁଳିକରି ହତ୍ୟା କରାଯାଇଛି । ଶ୍ୟାମନଗରରେ ଥିବା ତା ଘରେ ପଶି ଆତତାୟୀ ମାନେ ତାକୁ ହତ୍ୟା କରିଛନ୍ତି । ଘଟଣା ପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ସେଠାରେ ପୋଲିସ ମୁତୟୱ କରାଯାଇଛି ।
ସୁଖଦେବ ସିଂ ଉପରେ ଚାରି ରାଉଣ୍ଡ ଗୁଳିମାଡଜ କରାଯାଇଛି । କେଉଁମାନେ ଗୁଳି ଚଳାଇଛନ୍ତି ସେନେଇ କୌଣସି ସୁରାକ ମିଳିନାହିଁ । ସୁଖଦେବ ବହୁଦିନ ଧରି ରାଷ୍ଟ୍ରୀୟ କରଣୀ ସେନା ସହ ଜଡିତ ଅଛନ୍ତି । କରଣୀ ସେନା ସଙ୍ଗଠନରେ ଦୀର୍ଘଦିନରୁ ଚାଲିଥିବା ବିବାଦ ପରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ନାମରେ ଭିନ୍ନ ସଙ୍ଗଠନ ଗଠନ କରିଥିଲେ । ଗୋଗାମେଡି ତାର ଅଧ୍ୟକ୍ଷ ଥିଲେ । ଫିଲ୍ମ ପଦ୍ମାବତ ଓ ଗ୍ୟାଙ୍ଗଷ୍ଟାର ଆନନ୍ଦପାଲ ଏନକାଉଣ୍ଟର କେସ୍ ପରେ ରାଜସ୍ଥାନ ବିରୋଧ ପ୍ରଦର୍ଶନରେ ଚର୍ଚ୍ଚାରେ ଥିଲେ ସୁଖଦେବ ସିଂ ।
ସୁଖଦେବ ସିଂକୁ ଗୁଳି ମାଡ ପରେ ପୁରା ଜୟପୁର ସହରରେ ପୋଲିସ ହାଇଆଲର୍ଟ ମୋଡ୍ରେ ରହିଛି । ସେପଟେ ଅନ୍ୟ ଅଞ୍ଚଳରେ ବି ହାଇଆଲର୍ଟ ଜାରି କରାଯାଇଛି । ଆକ୍ରମଣକାରୀଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି । ଗୋଗାମେଡି ଦୀର୍ଘଦିନରୁ ନିଜ ସୁରକ୍ଷା ପାଇଁ ଦାବି କରିଆସୁଥିଲେ ।