ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିଗଲେ ମହାମହିମ
1 min readଭୁବନେଶ୍ୱର : ପାରାଦ୍ୱୀପରେ ଆୟୋଜିତ ହୋଇଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସରିବା ପରେ ଦିଲ୍ଲୀ ଫେରିଗଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ପାରାଦ୍ୱୀପରେ ଆୟୋଜିତ ହୋଇଥିଲା ବୋଇତ ବନ୍ଦାଣ ଉତ୍ସବ । ଏହାକୁ ଉଦଘାଟନ କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ସକାଳ ୯.୪୫ ସମୟରେ ଗୋପବନ୍ଧୁ ଷ୍ଟାଡିଅମରେ ମହାମହିମ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଲ୍ୟାଣ୍ଡ କରିବା ପରେ କାର୍କେଡରେ ବନ୍ଦର ମଧ୍ୟରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବାଟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦେଖି ଗାଡ଼ିରୁ ଓହ୍ଲାଇ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପିଆଲାମାନଙ୍କ ସହିତ ହାତ ମିଳାଇବା ସହ ଚକୋଲେଟ ଦେଇଥିଲେ ରାଷ୍ଟ୍ରପତି l ପରେ ବନ୍ଦର ମଧ୍ୟରେ ବୋଇତବନ୍ଦାଣ ଉତ୍ସବକୁ ଉଦଘାଟନ କରିବା ସହିତ ହୋମଯଜ୍ଞରେ ଆହୁତି ପ୍ରଦାନ କରିବା ପରେ ପତାକା ହଲାଇ ସାଧବ ପୁଅମାନଙ୍କୁ ବିଦାୟ ଦେଇଥିଲେ l ଏହାସହ ପାରାଦୀପରେ ମଲ୍ଟି ମଡେଲ ଲଜିଷ୍ଟିକ ପାର୍କ, ନ୍ୟୁ ରିଜର୍ଭର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ଟ୍ରାଫିକ ନିୟନ୍ତ୍ରଣ ସିଷ୍ଟମ ପ୍ରକଳ୍ପକୁ ବି ଉଦଘାଟନ କରିଥିଲେ।
ବନ୍ଦର ମଧ୍ୟରେ ବୋଇତବନ୍ଦାଣ ଉତ୍ସବ ସାରି ନେହରୁ ବଙ୍ଗଳାରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମକୁ ଯିବା ସମୟରେ ଥାନା ଛକଠାରେ ଗାଡିରୁ ଓହ୍ଲାଇ ସାଧାରଣ ଲୋକଙ୍କ ସହ ମିଶିଥିଲେ ରାଷ୍ଟ୍ରପତି । ସକାଳୁ ଅପେକ୍ଷା କରିଥିବା ହଜାର ହଜାର ସଂଖ୍ୟାରେ ଜନସାଧାରଣ ରାଷ୍ଟ୍ରପତିଙ୍କୁ ପାଖରେ ଦେଖି ଉତ୍ସାହିତ ହୋଇପଡିଥିଲେ । ନେହରୁ ବଙ୍ଗଳା ଗେଷ୍ଟ ହାଉସରେ ରାଷ୍ଟ୍ରପତି ମତ୍ସ୍ୟଜୀବୀଙ୍କ ସହିତ ଆଲୋଚନା କରିଥିଲେ । ଅପରାହ୍ନ ୩ଟା ୪୫ରେ ଗୋପବନ୍ଧୁ ଷ୍ଟାଡିୟମରେ ପହଞ୍ଚି ହେଲିକପ୍ଟର ଯୋଗେ ଭୁବନେଶ୍ବର ଆସି ଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ।