spot_img

Latest Posts

ରୋହିତଙ୍କୁ କ୍ୟାପେଟେନ ପଦରୁ ବିଦା କରିବ କି BCCI ?

ନୂଆଦିଲ୍ଲୀ : କ୍ରିକେଟ ବିଶ୍ୱକପ୍ ପରେ ଆକ୍ସନ ନେବ କି ବିସିସିଆଇ? ଅଧିନାୟକ ପଦରୁ ହଟିବେ କି ରୋହିତ? ଏବେ ରୋହିତଙ୍କ ଭବିଷ୍ୟତ କ’ଣ ହେବ ? BCCI ଡାକିଲା ବୈଠକ। ବୈଠକରେ ହୋଇପାରେ ବଡ ନିଷ୍ପତ୍ତି।

ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା। ରୋହିତ ବାହିନୀ ବିଶ୍ୱକପରେ ଇତିହାସ ସୃଷ୍ଟି କରିବାରେ ବଞ୍ଚିତ ହୋଇଛନ୍ତି । ଅଷ୍ଟ୍ରେଲିଆ ସହ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପଛରେ ପକାଇ କଙ୍ଗାରୁ ଟିମ ବିଶ୍ୱକପ୍ ଟ୍ରଫି ହାତେଇ ନେଇଛି। ଟିମ୍ ଇଣ୍ଡିଆ ଖେଳାଳିଙ୍କ ସମେତ କ୍ରିକେଟ୍ ପ୍ରଶଂସକମାନେ ଏହି ପରାଜୟର ଦୁଃଖରୁ ଧୀରେ ଧୀରେ ବାହାରକୁ ଆସିବାକୁ ଚେଷ୍ଟା କରୁଛନ୍ତି।

ତେବେ ଏହି ସବୁ ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି, କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) କ୍ୟାପଟେନ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଏକ ବୈଠକ ଡକାଇଛନ୍ତି। ଏହି ବୈଠକରେ ଆସନ୍ତା ୪ ବର୍ଷ ପାଇଁ  ତିନୋଟି ଫର୍ମାଟ୍ ଉପରେ ଆଲୋଚନା କରିବାକୁ ବିସିସିଆଇ ଚାହୁଁଛି  ।

ଏହି ବୈଠକରେ କ’ଣ ନିଷ୍ପତ୍ତି ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ, କ୍ୟାପଟେନ ପଦରୁ ରୋହିତ ଶର୍ମା ହଟି ପାରନ୍ତି । ଯଦି ସେ ହଟିବେ ତାହାଲେ କିଏ କ୍ୟାପଟେନ ହେବ ସେ ନେଇ ବି ଚର୍ଚ୍ଚା ହେଉଛି । ଚଳିତ ବିଶ୍ବକପର ପ୍ରତେକ ମ୍ୟାଚକୁ ଦେଖିଲେ ରୋହିତ ବାହିନୀ ପ୍ରତି ଲୋକଙ୍କର ବହୁ ଆଶା ଥିଲା । ସବୁ ମ୍ୟାଚ୍ ଜିତି ଜିତି ଆସିଥିଲେ ବେଳେ ଶେଷକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

ସୂଚନା ଅନୁସାରେ ଏହି ବୈଠକରେ ରୋହିତ ଶର୍ମା ଚୟନକର୍ତ୍ତାଙ୍କୁ କହିଥିଲେ ଯେ, ଯଦି T-20ରେ ତାଙ୍କ ନାଁ ପାଇଁ ବିଚାର କରାଯାଏ ନାହିଁ ତେବେ ତାଙ୍କର କୌଣସି ଆପତ୍ତି ନାହିଁ। ଭାରତୀୟ ଚୟନକର୍ତ୍ତାମାନେ ଯୁବକମାନଙ୍କୁ ଅଗ୍ରାଧିକାର ଦେବାକୁ ଚାହୁଁଛନ୍ତି । ତେଣୁ ମୋ ନାଁ ନ ରହିଲେ ବି କୌଣସି ଆପତ୍ତି ନାହିଁ । ଏମିତି ହେଲେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବ । ଏଠାରେ ଆମେ କହି ରଖିବାକୁ ଚହୁଁଛୁ ଯେ, ପରବର୍ତ୍ତୀ ODI ବିଶ୍ୱକପ ୨୦୨୭ ମସିହାରେ ହେବ। ସେତେବେଳେ ରୋହିତଙ୍କ ବୟସ ପ୍ରାୟ ୪୦ ବର୍ଷ ହୋଇଥିବ।

ଖବର ଅନୁଯାୟୀ, ବୋର୍ଡ ଏବଂ ଚୟନକର୍ତ୍ତାମାନେ ଆଗାମୀ ଆଇପିଏଲ୍ ଏବଂ T-20 ବିଶ୍ୱକପ୍ ୨୦୨୪ ପରେ ୱାନ ଡେ’ ପାଇଁ ଯୋଜନା ପ୍ରସ୍ତୁତ କରିବେ। ସେମାନଙ୍କ ପାଇଁ ସବୁଠାରୁ ବଡ ଟାର୍ଗେଟ ହେଉଛି ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଣେ ଅଧିନାୟକ ପ୍ରସ୍ତୁତ କରିବା । ଭାରତୀୟ ଦଳ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ସେଠାରେ ୨ ଟି ଟେଷ୍ଟ ଏବଂ ୩ଟି ୱାନ ଡେ’ ସିରିଜ୍ ମ୍ୟାଚ ଖେଳିବ।

 

Latest Posts

Don't Miss