କାହା ସ୍ବାର୍ଥରେ ଶବ ରାଜନୀତି?
1 min readଭୁବନେଶ୍ବର: ଗଣମାଧ୍ୟମର ଦାୟିତ୍ୱ ହେଉଛି ସତ ସାମ୍ନାକୁ ଆଣିବା । କିନ୍ତୁ କିଛି ଗଣମାଧ୍ୟମ ଖବରକୁ ରୋଚକ କରିବା ବା ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରି ମିଛ ଖବର ପ୍ରକାଶ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଗାଡି ଦୁର୍ଘଟଣାକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଗତ ୩୧ ତାରିଖ ଅପରାହ୍ନ ୩ଟା ୩୦ ମିନିଟ୍ । ଭୁବନେଶ୍ବର ୟୁନିଟ ୮ ପଟୁ ଆସି ନଅ ତାଲା ପଟକୁ ଯିବାକୁ ପାୱାର୍ ହାଉସ ଟ୍ରାଫିକରେ ଛିଡା ହୋଇଥାଏ ଏକ କଳା ରଙ୍ଗର ରେଞ୍ଜ ରୋଭର । ଠିକ ସେହି ସମୟରେ ଗ୍ରୀନ ସିଗନାଲ ଥିବା ବେଳେ କମିଶନରେଟ ପୋଲିସ ମୁଖ୍ୟାଳୟ ପଟୁ ରାଜଭବନ ଆଡକୁ ଯାଉଥିଲା ଗୋଟିଏ ପଲସର ବାଇକ । ହଠାତ ସେହି ସମୟରେ ରେଞ୍ଜ ରୋଭର ପଛ ପଟେ ସାଇରନ ଦେଇ ଆସି ଲାଗିଥିଲା ଗୋଟିଏ ଆମ୍ବୁଲାନ୍ସ । ଟ୍ରାଫିକ ପୋଷ୍ଟରେ ଥିବା କନଷ୍ଟେବଳ ଆମ୍ବୁଲାନ୍ସକୁ ସାଇଡ ଦେବାକୁ ଇସାରା ଦେଇଥିଲେ ।
କିନ୍ତୁ ସାଇଡ଼ ହେବାକୁ ରାସ୍ତା ନଥିବାରୁ ଆଗକୁ ଚାଲି ଆସିଥିଲେ ରେଞ୍ଜରୋଭର ଡ୍ରାଇଭର । ଫଳରେ ରାଜଭବନ ପଟକୁ ଯାଉଥିବା ଏହି ପଲସର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବାଇକ ଚାଳକ କାହ୍ନୁ ଚରଣ ନାୟକ ଓ ସାଙ୍ଗରେ ଥିବା ସମ୍ପର୍କୀୟ ଲୋପାମୁଦ୍ରା ସାହୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଲୋପାମୁଦ୍ରାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଲୋପାମୁଦ୍ରାଙ୍କ ଅଙ୍ଗଦାନ କରିଛନ୍ତି ତାଙ୍କ ପରିବାର । ବର୍ତ୍ତମାନ କାହ୍ନୁଚରଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ଘଟଣା ଦିନ କ୍ୟାପିଟାଲ ଥାନା ପୋଲିସ ଗାଡିଟିକୁ ସିଜ କରିଥିଲା । ଗାଡି ଡ୍ରାଇଭର ସୌଭାଗ୍ୟ କୁମାର ବାଗକୁ କେସ ନମ୍ବର ୬୪୩ ଦଫା ୨୭୯,୩୩୭, ୩୩୮, ୧୮୪ MV ଆକ୍ଟ ରେ କୋର୍ଟ ଚାଲାଣ କରିଥିଲା । ଏ ହେଉଛି କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ ।
ଆଉ ହେଉଛି ପୋଲିସ ପିଆରଓ ଙ୍କର କିଛି ସମୟ ପରର କ୍ଲାରିଫିକେସନ । ପ୍ରଥମେ ଜାରି ହୋଇଥିବା ରିଲିଜ ରେଞ୍ଜରୋଭରର ନମ୍ବର OD 33 AF 6726 ବୋଲି ଲେଖାଯାଇଥିଲା । ଯାହା ଏକ ଟାଇପିଂ ମିଷ୍ଟେକ ବୋଲି କିଛି ସମୟ ପରେ କ୍ଲାରିଫାଏ କରିଥିଲେ ପିଆରଓ । କିନ୍ତୁ କିଛି ଗଣମାଧ୍ୟମ କିଛି ନବୁଝି ଖବରକୁ ରୋଚକ କରିବା ଆଶାରେ ବିଭ୍ରାନ୍ତିକର ଖବର ପ୍ରକାଶ କରିଥିଲେ । RTO ତଥ୍ୟ ମୁତାବକ ରେଞ୍ଜରୋଭର ଗାଡି ନଂ ଓଡି-୨୩-କେ- ୦୦୦୬ର ମାଲିକାନା ଝାରସୁଗୁଡାର ଆର୍ମର-ରେ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ରହିଛି । ଆଇନ ଅନୁଯାୟୀ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଯେହେତୁ ଝାରସୁଗୁଡାର ଆର୍ମର-ରେ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶକ ଦିବଂଗତ ନେତା ନବ ଦାସଙ୍କ ପୁଅ ବିଶାଲ ଦାସ ରହିଛନ୍ତି, ତେଣୁ ଗୋଟିଏ ପଲିଟିକାଲ ଷ୍ଟଣ୍ଟ ଚାଲିଥିବା ଘଟଣା ନଜରକୁ ଆସିଛି ।