spot_img

Latest Posts

ଵିଜେପି ନେତା ଲାଲୁ ସିଂହଦେଓ କରୁଛନ୍ତି ଶବ ରାଜନୀତି

ସୁନ୍ଦରଗଡ଼ :  ବିଜେପିର ଶବ ରାଜନୀତିକୁ ସବୁ ମହଲରେ ନିନ୍ଦା । ସୁନ୍ଦରଗଡ଼ କୁଆଁରମୁଣ୍ଡା ଠାରେ ଶଵ ଅଟକ ରଖି ଵିଜେପି ନେତା ଲାଲୁ ସିଂହଦେଓ ରାଜନୀତି କରିବା ଘଟଣାକୁ ପ୍ରଶାସନ ନିନ୍ଦା କରିଛି। ମୃତକଙ୍କ ପରିବାରକୁ ୩୫ ଲକ୍ଷ ଟଙ୍କା ସହାୟତା ଦାବିରେ ୧୯ ତାରିଖଠାରୁ ମୃତଦେହ ଅଟକ ରଖି ଵିଜେପି ନେତାଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଉଛି । ମୃତଦେହ ସମ୍ମାନର ସହ କିପରି ଦାହ ସଂସ୍କାର ହେଵ ସେଥିପାଇଁ ପ୍ରଶାସନ ପକ୍ଷରୁ ତିନି ଥର ବୈଠକ ଵସିଥିଲେ ମଧ୍ୟ ଵିଜେପି ନେତାଙ୍କ ଜିଦ ଯୋଗୁଁ ସମାଧାନ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।

ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ୪୨ ଲକ୍ଷ ଟଙ୍କାର ସହାୟତା ମିଳିଵ ଵୋଲି ପାନପୋଷ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଵିଜେପି ନେତା ଲାଲୁ ସିଂହଦେଓ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଵା ନାମରେ ତଞ୍ଚକତା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାରକୁ ଭୂତେଇଵା ପାଇଁ ଲାଲୁ ଉଦ୍ୟମ କରିଥିବା ଅଭିଯୋଗ ହେବାପରେ ଘଟଣାର ତଦନ୍ତ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଚେକରେ ୨୦୨୩ ମସିହା ନଭେମ୍ବର ମାସ ୨୨ ତାରିଖ ଲେଖି ଲାଲୁ ୫ ଲକ୍ଷ ଟଙ୍କାର ଚେକ ମୃତକଙ୍କ ପରିବାରକୁ ପ୍ରଦାନ କରିଥିଲେ । ମୃତକଙ୍କ ପରିବାରକୁ ଯଦି ଵିଜେପି ନେତା ସାହାଯ୍ୟ କରିଵା ପାଇଁ ଚାହୁଁଥିଲେ ତୁରନ୍ତ ଆର୍ଥିକ ସହାୟତା କାହିଁକି ପ୍ରଦାନ କଲେନି ? କଣ ପାଇଁ ନଭେମ୍ବର ମାସ ୨୨ ତାରିଖ ଲେଖି ଚେକ ଦେଲେ ? ତାର ତଦନ୍ତ କରିବା ସହ ଲାଲୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଅଛି କି ନାହିଁ ଯାଞ୍ଚ କରିବା ପାଇଁ ଦାବି ହୋଇଛି ।

ତେଣୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵ ଵୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । କୁଆଁରମୁଣ୍ଡା ଠାରେ ଥିବା ଏକ ଘରୋଇ କାରଖାନାରେ କାର୍ଯ୍ୟ କରୁଥିବା ବଳଭଦ୍ର ସା ନାମକ ଜଣେ କର୍ମଚାରୀଙ୍କ ଦୁର୍ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୯ ତାରିଖ ମୃତ୍ୟୁ ହୋଇଯାଇଥିଲା । ଏହାପରେ ମୃତକଙ୍କ ପରିବାରକୁ ୩୫ ଲକ୍ଷ ଟଙ୍କା ସହାୟତା ଦାବିରେ ୧୯ ତାରିଖଠାରୁ ଶଵ ଅଟକ ରଖି ଵିଜେପି ନେତା ଲାଲୁ ସିଂହଦେଓଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଉଛି ।

Latest Posts

Don't Miss