କୋହଲିଙ୍କୁ ନେଇ ଏମିତି କହିଲେ ଆଫଗାନିସ୍ତାନ ଫ୍ୟାନ୍

ନୂଆଦିଲ୍ଲୀ: ବିଶ୍ବକପର ନବମ ମ୍ୟାଚରେ ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆଇପିଏଲ ସମୟରେ ନବୀନ ଉଲ୍ଲକହ ଏବଂ କୋହଲିଙ୍କ ବିବାଦକୁ ନେଇ ଏହି ମ୍ୟାଚରେ ଫ୍ୟାନ୍ସମାନଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ଦେଖିବାକୁ ମିଳିଥିଲା । ତେବେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଆଫଗାନିସ୍ତାନର ଜଣେ ସୁନ୍ଦରୀ ପ୍ରଂଶସକ ଓ୍ବାଜମା ଆୟୁବି ବିରାଟ କୋହଲିଙ୍କୁ ସପୋର୍ଟ କରିଥିବା ଦେଖିବାକୁ ମିଳିଥିଲା । ଏପରିକି ସେ ଉଭୟ ନବୀନ ଏବଂ କୋଡଳିଙ୍କ ପ୍ରଂଶସକ ଝଗଡ଼ା ନକରିବାକୁ ଟୁଇଟ କରିଛନ୍ତି । ସେପଟେ ସେ କୋହଲିଙ୍କୁ ନେଇ ମଧ୍ୟ ଏହି ପୋଷ୍ଟରେ ଲେଖିଛନ୍ତି । ସେ ଲେଖିଛନ୍ତି କି, ଦିଲ୍ଲୀ ହେ ଦିଲ୍ ଓ୍ବାଲେ କା । ଏପରିକି ସେ କହିଛନ୍ତି କି, ସେ ହେଉଛନ୍ତି କୋହଲିଙ୍କ ଜଣେ ବଡ଼ ପ୍ରଂଶସକ । ମୁଁ ଆଫଗାନିସ୍ତାନର ହେଲେ ମଧ୍ୟ କୋହଲି ମୋର ପ୍ରିୟ ଖେଳାଳି । ତାଙ୍କୁ କିଙ୍ଗ କୁହାଯିବା ପଛରେ କାରଣ ରହିଛି । ଏଭଳି ଅନେକ ପ୍ରଂଶସା କରିଥିଲେ ।

ସୂଚନା ଥାଉକି, ୨୦୨୩ ଆଇପିଏଲରେ ଲକ୍ଷ୍ନୌ ପକ୍ଷରୁ ନବୀନ ଖେଳୁଥିବାବେଳେ କୋହଲି ବାଙ୍ଗାଲୋର ପକ୍ଷରୁ ଖେଳୁଛନ୍ତି । ଏକ ମ୍ୟାଚରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଥିଲା । ଏଡାକୁ ନେଇ ଅନେକ ଥର ସୋସିଆଲ ମିଡିଆରେ ନବୀନ ବହୁ ପୋଷ୍ଟ କରିଥିବାବେଳେ ସେ ଟ୍ରୋଲର ଶିକାର ହୋଇଛନ୍ତି । ଏମିତିକି ପଡ଼ିଆରେ ମଧ୍ୟ ଟ୍ରୋଲ ହୋଇଛନ୍ତି ନବୀନ ।

ବୁଧବାର ଆାଫଗାନିସ୍ତାନକୁ ଭାରତ ନିଜର ଦ୍ବିତୀୟ ମୁକାବିଲାରେ ହରାଇ ଲଗାତାର ବିଜୟ ହାସଲ କରିଛି । ଶତକୀୟ ପାଳି ଖେଳିଥିବା ରୋହିତ ଶର୍ମା ଏହି ମ୍ୟାଚରେ ଅନେକ ରେକର୍ଡ ଅର୍ଜନ କରିଛନ୍ତି । ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ତାଙ୍କ ନାମରେ କରିଛନ୍ତି । ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ରୋହିତ ଦିନିକିଆରେ ୫୫୬ଟି ଛକା ମାରି ଏବେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି କ୍ରିସ୍ ଗେଲ୍ ସେ ୫୫୩ ଛକା ମାରିଛନ୍ତି । କେବଳ ଏତିକି ନୁହେଁ ଏହି ମ୍ୟାଚରେ ଅନେକ ରେକର୍ଡ ମଧ୍ୟ ତାଙ୍କ ନାମରେ ଯୋଡ଼ି ହୋଇଛି ।

ଭାରତୀୟ କ୍ରିକେଟର ରୋହିତ ଶର୍ମା ବୁଧବାର ଦିନ ଆଫଗାନିସ୍ତାନ ବିରୋଧରେ ଶତକ ହାସଲ କରିଛନ୍ତି। ନିଜର ୧୯ତମ ଦିନିକିଆ ବିଶ୍ବକପ ମ୍ୟାଚରେ ସେ ସପ୍ତମ ଶତକ ହାସଲ କରିଛନ୍ତି। ଏହା ପୁଣି ୬୩ଟି ବଲରେ ହାସଲ କରିଛନ୍ତି। ଏହି ରେକର୍ଡ ହାସଲ କରିବାରେ ରୋହିତ ହେଉଛନ୍ତି ପ୍ରଥମ। ସେ ବିଶ୍ବକପରେ ସର୍ବାଧିକ ୭ଟି ଶତକ ହାସଲ କରିପାରିଛନ୍ତି। ତାଙ୍କ ତଳକୁ ସଚିନ ତେନ୍ଦୁଲକର ୬ଟି ଶତକ ହାସଲ କରିଥିଲେ। ସ୍ଥାନୀୟ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ହିଟ୍ମ୍ୟାନ ଏକାଧିକ ରେକର୍ଡ ହାସଲ କରିଛନ୍ତି। ରୋହିତ ଶର୍ମା ବିଶ୍ବକପରେ ଆଜି ୧୦୦୦ ରନ୍ ପୂରା କରିଛନ୍ତି।