spot_img

Latest Posts

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଚଳିତ ବର୍ଷର ନୋବେଲ୍ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାଁ ଘୋଷଣା । ୨୦୨୩ ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ। ପିଏରେ ଆଗୋସ୍ତିନି, ଫେରେନ୍ସ କ୍ରାଉଜ, ଆନୀ ଏଲ’ହୁଇଲିଅରଙ୍କୁ ମିଳିବ ଫିଜିକ୍ସ ନୋବେଲ୍ ପ୍ରାଇଜ୍ । ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍ ଦିଆଯିବ ।

ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି । ସେମାନେ ଆଲୋକର ଅତି କ୍ଷୁଦ୍ର କଣିକାକୁ ସୃଷ୍ଟି କରିବାର ଏକ ଉପାୟ ପ୍ରଦର୍ଶନ କରିଛନ୍ତି ଯାହା ଇଲେକ୍ଟ୍ରୋନ୍ ଗତି ମାପିବା ପାଇଁ ବ୍ୟବହୃତ ହୋଇପାରିବ ।

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ପ୍ରତିବର୍ଷ ରୋୟାଲ ସ୍ୱେଡିଶ ଏକାଡେମି ନୋବେଲ୍ ପୁରସ୍କାର ଦେଇଥାଏ। ୧୯୦୧ରୁ ଏହି ପରମ୍ପରା ଚାଲିଆସୁଛି। ୧୯୦୧ରୁ ୨୦୨୨ ମଧ୍ୟରେ ୧୧୬ଥର ଫିଜିକ୍ସରେ ନୋବେଲ୍ ପ୍ରାଇଜ୍ ଦିଆଗଲାଣି। ବର୍ତ୍ତମାନ ସୁଦ୍ଧା ୨୨୨ ଜଣ ପୁରସ୍କାର ପାଇଥିବା ବେଳେ ଜନ୍ ବର୍ଡେନ ହେଉଛନ୍ତି ଏକମାତ୍ର ବିଜେତା ଯିଏକି ଦୁଇ ଦୁଇ ଥର ବିଶ୍ୱର ଶ୍ରେଷ୍ଠତମ ସମ୍ମାନ ପାଇଛନ୍ତି । ସେ ୧୯୫୬ ଏବଂ ୧୯୭୨ରେ ଦୁଇଥର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି ।

 

 

Latest Posts

Don't Miss