spot_img

Latest Posts

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର

ବାଙ୍କୀ: ହୀରାକୁଦ ଗେଟ୍ ଖୋଲିବା ପରେ ଫୁଲୁଛି ମହାନଦୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର। ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ ଦେଇ ୬ ଲକ୍ଷ ୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି।

ଅନ୍ୟପଟେ ମୁଣ୍ଡଳୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ଦିନ ୧୧ଟା ସୁଦ୍ଧା ଆହୁରି ଅଧିକ ପାଣି ଆସିବାର ସମ୍ଭାବନା ରହିଛି। ସେପଟେ ବାଙ୍କୀରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ। ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ବାଙ୍କୀର ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।

ଅନ୍ୟପଟେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପଶିଲା ମହାନଦୀର ଦ୍ବିତୀୟ ବନ୍ୟାଜଳ। ପାଣି ଆସିବାରୁ ରତ୍ନଗିରି ପାହାଡ଼ରେ ମାଙ୍କ ଆଶ୍ରୟ ସ୍ଥଳୀକୁ ମା’ଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ମହାନଦୀର ଭଗିପୁର ପଠାରେ ଫସିଲେ ମଇଁଷି ପଲ । ଗତକାଲି ଠାରୁ ଚରିବାକୁ ଯାଇଥିବା ୭ଟି ମଇଁଷି ପଲ ଫସି ରହିଛନ୍ତି । ହଠାତ ବନ୍ୟାଜଳ ଆସିଯିବାରୁ କୂଳକୁ ଆସି ନପାରି ମଇଁଷିପଲ ଫସି ରହିଛନ୍ତି ।

Latest Posts

Don't Miss