spot_img

Latest Posts

ବାଲି ଗଦା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଛେଳିଆପଡାରେ ଅଭାବନୀୟ ଘଟଣା। ବାଲି ଗଦା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ କାଙ୍ଗୁଲା ଗାଁର ସଂଗ୍ରାମ ବେହେରା। ହତ୍ୟା ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ରାସ୍ତାରୋକ କରିଛନ୍ତି।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଳିଆପଡା ଗାଁରେ ନିର୍ମାଣଧିନ ଏକ ଘର ଆଗରେ ପଡିଥିବା ବାଲି ଗଦାରେ ସକାଳୁ କାଙ୍ଗୁଲା ଗାଁର ସଂଗ୍ରାମ ବେହେରାଙ୍କ ମୃତଦେହ ମିଳିଥିଲା। ଘର ଲୋକଙ୍କ କହିବା କଥା ଗତକାଲି ତାଙ୍କ ଘର ନିର୍ମାଣ କାମ ଚାଲିଥିବା ବେଳେ ସଂଗ୍ରାମ ମିସ୍ତ୍ରୀ ଓ ଲେବରଙ୍କ ଖାଇବା ପିଇବା କଥା ବୁଝିସାରି ମଣ୍ଡପରେ ଶୋଇବାକୁ କହି ଘରୁ ବାହାରି ଆସିଥିଲା।

ହେଲେ ଆଜି ସକାଳୁ ତାଙ୍କ ମୃତଦେହ ମିଳିଥିଲା। ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଏହାକୁ ନେଇ ଅନୁଗୁଳ ଆଠଗଡ଼ ରାସ୍ତା ଅବରୋଧ କରିଛନ୍ତି ଲୋକ। ସଠିକ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନକାରୀ।

Latest Posts

Don't Miss