ଅଳିଆ ସଫା କର୍ମଚାରୀଙ୍କ ଫିଲ୍ମ ଷ୍ଟାଇଲ୍ ପ୍ରତିବାଦ, ଦରମା ମିଳିଲାନି ବୋଲି ଜିଲ୍ଲାପାଳଙ୍କ ଅଫିସ ଆଗରେ ଢ଼ାଳିଲେ …

1 min read

ବାରିପଦା: ସଫେଇ କର୍ମଚାରୀଙ୍କ ବଲିଉଡ୍ ଷ୍ଟାଇଲ୍ ପ୍ରତିବାଦ । ଦରମା ନମିଳିବାରୁ ପୌରପାଳିକା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅସ୍ଥାୟୀ ଡଷ୍ଟବିନରେ ପରିଣତ କରିଛନ୍ତି । ଘଟଣା ଘଟିଛି ବାରିପଦାରେ । ଠିକାଦାର ସଫେଇ କର୍ମଚାରୀଙ୍କୁ ମାସାଧିକକାଳ ଦରମା ମିଳୁନଥିବାକୁ ଏଭଳି ପ୍ରତିବାର ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାରିପଦା ମୁନିସିପାଲିଟି ସଫେଇ କର୍ମଚାରୀଙ୍କ କ୍ଷେତ୍ରରେ ।

ସୂଚନା ଅନୁଯାୟୀ, ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ସଫେଇ କର୍ମଚାରୀ ମାନଙ୍କୁ ଗୋଟିଏ ମାସର ଦରମା ମଳିନଥିଲା । ଯାହାକୁ ନେଇ ଗତ ମଙ୍ଗଳବାରଠାରୁ ଶତାଧିକ ସଫେଇ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ । କିନ୍ତୁ ଏନେଇ କେହି ଦୃଷ୍ଟି ଦେଉନଥିଲେ । ବାଧ୍ୟହୋଇ ସଫେଇ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଅଳିଆ ପକାଇ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିବା କହିଛନ୍ତି ।

ବୁଧବାର ସକାଳ ୭ ଟାରେ ସହରର ଅଳିଆ ଆବର୍ଜନା କୁ ଆଣି ପୌରପାଳିକା କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପକାଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ସଫେଇ କର୍ମଚାରୀ । ଘଟଣା ସ୍ଥଳରେ ଉତ୍ତେଜନା ହେବାରୁ ବାରିପଦା ସଦର ଏସଡ଼ିପିଓ, ଟାଉନ ଥାନା ଅଧିକାରୀ ଏବଂ ପୌରପାଳିକାର ନିର୍ବାହୀ ଯନ୍ତ୍ରୀ ପହଞ୍ଚି ଉତ୍ତ୍ୟକ୍ତ ସଫେଇ କର୍ମଚାରୀଙ୍କୁ ବୁଝା ସୁଝା କରିଥିଲେ । ଘଟଣା ସଂପର୍କରେ ଆଲୋଚନା କରି ସେମାନଙ୍କୁ ଅର୍ଥ ଦିଆଯିବ ବୋଲି କହିଛନ୍ତି ।

  ')}

Leave a Reply