spot_img

Latest Posts

ଆସନ୍ତା ୨୪ ଘଣ୍ଚାରେ ଲଘୁଚାପ, ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କତା ଜାରି

ଭୁବନେଶ୍ବର: ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଚାରେ ନେବ ଲଘୁଚାପର ରୂପ । ପ୍ରଭାବରେ ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୭୦ରୁ ୨୦୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ।

ଆସନ୍ତାକାଲି ୧୧ ଜିଲ୍ଲା, ୬ରେ ୧୩ଜିଲ୍ଲା ଏବଂ ୭ରେ ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। । ବର୍ଷା ସମୟରେ ବଜ୍ରପାତ ବେଶୀ ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ଏହି ସମୟରେ ଘରୁ ନବାହରିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ତେବେ ତାର ତୀବ୍ରତା କେତେ ରହିବ ଏବଂ ବର୍ଷାର ପରିମାଣ କେତେ ହେବ ସେନେଇ ଆକଳନ ହୋଇନି ।

ମୌସୁମୀ ସିଜିନ୍ ଜୁନ ୧ ତାରିଖରୁ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୧୫ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ତେବେ ସାମ୍ଭାବ୍ୟ ଲଘୁଚାପ ସାମାନ୍ୟ ନିଅଣ୍ଟିଆ ଭରଣା କରିପାରେ।

Latest Posts

Don't Miss