ଭାରତ ଆଗରୁ କେଉଁ କେଉଁ ଦେଶ କରିଛନ୍ତି ସୂର୍ଯ୍ୟ ମିଶନ?

1 min read

ନୂଆଦିଲ୍ଲୀ: ଭାରତ ଆଗରୁ ବହୁ ଦେଶ ସୂର୍ଯ୍ୟ ସମ୍ପର୍କରେ କରିଆସିଛନ୍ତି ଗବେଷଣା । ୧୯୮୧ରେ ଜାପାନର ଗବେଷଣା ସଂସ୍ଥା JAXA ଲଞ୍ଚ କରିଥିଲା ସୋଲାର ସାଟେଲାଇଟ ହିନୋତୋନ। ୧୯୯୦ରେ ୟୁରୋପୀୟ ମହାକାଶ ସଂସ୍ଥା ESA ବି ମିସନ ସନ କ୍ରମେ ପଠାଇଥିଲା ଉଲିସିସ୍ ସାଟେଲାଇଟ। ସେହିପରି ୧୯୯୫ରେ ନାସା, ESA ଓ ଜାପାନର JAXA ପଠାଇଥିଲେ SOHO ନାମକ ସାଟେଲାଇଟ ।

୨୦୧୮ରେ ଆମେରିକା ଆରମ୍ଭ କରିଥିଲା ପାର୍କର ସୋଲାର ପ୍ରୋବ୍ । ୨୦୨୦ରେ ୟୁରୋପୀୟ ମହାକାଶ ସଂସ୍ଥା ESA ଓ ନାସା ପଠାଇଥିଲେ ସୋଲାର ଅର୍ବିଟର। ୨୦୨୨ ଅକ୍ଟୋବର ୮ରେ ଚୀନ ପଠାଇଥିଲା ASO-S । ଏସବୁ ମିଶନ ଜରିଆରେ ସୂର୍ଯ୍ୟ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିସାରିଛି।

ତେବେ ଇସ୍ରୋ ୨୦୨୩ ମସିହା ଆଜିର ଦିନରେ ଆଦିତ୍ୟ ଏଲ1 ମିଶନ ଲଞ୍ଚ କରୁଛି । ଏଥି ଲାଗି ଖର୍ଚ୍ଚ ହୋଇଛି ୪୦୦ କୋଟି ଟଙ୍କା । ଆଦିତ୍ୟ ଏଲ1ର ଓଜନ ୧୪୭୫ କିଲୋଗ୍ରାମ । ପ୍ରାୟ ୫ ବର୍ଷ ୨ ମାସ ଯାଏ ତଥ୍ୟ ଯୋଗାଇପାରେ ଆଦିତ୍ୟ ଏଲ1 । ପ୍ରାୟ ୧୫ ଲକ୍ଷ ମାଇଲ ଦୂରରେ ଏହା ଅବସ୍ଥାପିତ ହେବ। ଆଦିତ୍ୟ ଏଲ1ରେ ରହିଛି ୭ଟି ପେଲୋଡ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ମହାକାଶରେ ୪ ମାସ ବିତାଇବ ଆଦିତ୍ୟ ଏଲ1 ।