ମୃତ୍ୟୁ ପରେ ବି ଜୀବିତ ନିମ କରୋଲି ବାବା, ହନୁମାନଙ୍କ ଅବତାର କୁହନ୍ତି ଭକ୍ତ
ନନ୍ଦିଘୋଷ ବ୍ୟୁରୋ: କେବଳ ଭାରତ ନୁହେଁ ବରଂ ବିଦେଶରେ ବି ଲୋକପ୍ରିୟ ସନ୍ଥ ଭାବେ ଜଣାଶୁଣା ନିମ କରୋଲି ବାବା । ବିଂଶ ଶତାବ୍ଦୀର ଲୋକପ୍ରିୟ ସନ୍ଥ ଭାବେ ନିମ କରୋଲିଙ୍କ ଦର୍ଶନ ପାଇଁ ସବୁବେଳେ ଲମ୍ବା ଭିଡ । ଆପଲ କମ୍ପାନୀର ଫାଉଣ୍ଡର ଷ୍ଟିଭ ଜବ୍ସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରିକେଟର ବିରାଟ କୋହଲି ଓ ଅନୁଷ୍କା ଶର୍ମା ମଧ୍ୟ ବାବାଙ୍କ ଭକ୍ତ ଲିଷ୍ଟରେ ସାମିଲ ଅଛନ୍ତି । ବାବାଙ୍କ ଅନୁଗାମୀଙ୍କ କହିବା କଥା ଯେ ସେ ହନୁମାନଙ୍କ ଅବତାର । କିନ୍ତୁ ଏତେ ସବୁ ଗୁଣର ଅଧିକାରୀ ହୋଇ ବି ନିଜକୁ ସାଧାରଣ ଲୋକ ଭାବନ୍ତି ବାବା । ଏଥିପାଇଁ କୌଣସି ଭକ୍ତଙ୍କୁ ବାବାଙ୍କ ପାଦ ଛୁଇଁବାକୁ ସେ ଅନୁମତି ଦିଅନ୍ତି ନାହିଁ । ହେଲେ କିଏ ଏହି ବାବା ?
ବାବା ହନୁମାନଙ୍କ ସାଧକ ଥିଲେ । ଏଥିସହ ହନୁମାନଙ୍କ ମନ୍ଦିର ବିଭିନ୍ନ ସ୍ଥାନରେ ସ୍ଥାପନ କରିଥିଲେ । ନିମ୍ କରୋଲି ବାବାଙ୍କ ଜନ୍ମ ୧୯୦୦ ମସିହା ଉତ୍ତରପ୍ରଦେଶର ଅକବରପୁରରେ ହୋଇଥିଲା । ବାବାଙ୍କ ବାସ୍ତବିକ ନାମ ଲକ୍ଷ୍ମୀ ନାରାୟଣ ଶର୍ମା ଥିଲା । ବାବା ବିଭିନ୍ନ ନାମରେ ପରିଚିତ ଥିଲେ ଯେମିତି କି ଲକ୍ଷ୍ମଣ ଦାଶ, ହାଣ୍ଡିୱାଲା ବାବା, ତିକୋଣିଆ ବାଲା ବାବା ଏବଂ ତଳିଆ ବାବା । ତାଙ୍କ ପିତାଙ୍କ ନାମ ଦୁର୍ଗା ପ୍ରସାଦ ଥିଲା । ବାବାଙ୍କ ପ୍ରାରମ୍ଭିକ ଶିକ୍ଷା ୧୭ ବର୍ଷ ବୟସରେ କିରହିନ ଗାଁରେ ଆରମ୍ଭ ହୋଇଥିଲା । ମାତ୍ର ୧୧ ବୟସରେ ବ୍ରାହ୍ମଣ ଝିଅକୁ ସେ ବିବାହ କରିଥିଲେ । ବିବାହ ପରେ ସେ ଘର ଛାଡି ଗୁଜୁରାଟର ଏକ ବୈଷ୍ଣବ ମଠରେ ଯାଇ ସାଧନା କରିଥିଲେ ।
ବାବା ବିଭିନ୍ନ ସ୍ଥାନ ବୁଲିସାରିବା ପରେ ୧୯୫୮ରେ କାଞ୍ଚି ଧାମରେ ପହଞ୍ଚିଥିଲେ । ସେଠାରେ ସେ ୧୯୬୪ ମସିହାରେ ଏକ ଆଶ୍ରମ ସ୍ଥାପନା କରିଥିଲେ । ଯେଉଁଠାରେ ହନୁମାନ ମନ୍ଦିରର ମଧ୍ୟ ସ୍ଥାପନା କରିଥିଲେ । ସୂଚନା ଅନୁସାରେ ନିମ୍ କରୋଲି ବାବାଙ୍କ ଆଶ୍ରମ କେବଳ ଭାରତ ବର୍ଷରେ ନୁହେଁ ଦେଶ ବିଦେଶରେ ଅବସ୍ଥିତ । ଯେମିତିକି କାଞ୍ଚି ,ବୃନ୍ଦାବନ,ଋଷିକେଶ,ସିମଲା । ଯଦି କେହି ଭକ୍ତ ବାବାଙ୍କ ପାଦ ଛୁଇଁବାକୁ ଯାଉଥିଲେ ବାବା ମନା କରୁଥିଲେ । ସେ କହୁଥିଲେ ଯଦି ପ୍ରଣାମ କରିବ ହନୁମାନଙ୍କୁ କରନ୍ତୁ । ୧୧ ସେପ୍ଚେମ୍ବର ୧୯୭୩ ରେ ନିମ୍ କରୋଲି ବାବା ପ୍ରାଣ ତ୍ୟାଗ କରିଥିଲେ ।
ଯଦିଓ ବାବା ଏବେ ଜୀବିତ ନାହାଁନ୍ତି ତଥାପି ବାବଙ୍କ ଅଲୌକିକତା ଏବେ ବି ଲୋକଙ୍କ ମଧ୍ୟରେ ଜୀବିତ । ରିଚାର୍ଡ ଆଲପଟ (ରାମଦାଶ) ଜଣେ ଆମେରିକୀୟ ଭକ୍ତ ଯିଏକି ବାବାଙ୍କ ଉଦ୍ଦେଶ୍ୟରେ ଏକ ବହି ଲେଖିଥିଲେ ଯାହାର ନାମ ଥିଲା ମିରାକଲ୍ ଅଫ୍ ଲଭ୍ । ଯେତେବେଳେ ୨୦୧୫ ରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିଥିଲେ ସେଠାରେ ସେ ଫେସବୁକର କୋ ଫାଉଣ୍ଡର ଜୁକରବର୍ଗଙ୍କୁ ଭେଟି କହିଥିଲେ ଯେ ସେ ଯେଉଁ ବି ପଦବୀରେ ଅଛନ୍ତି ସବୁକିଛି ନିମ୍ କରୋଲି ବାବାଙ୍କ ଉପଦେଶ କ୍ରମେ ।
ନିମ୍ କରୋଲି ବାବାଙ୍କ ସମାଧି ବୃନ୍ଦାବନରେ ରହିଛି । ତାଙ୍କ ପ୍ରତିମୂର୍ତ୍ତି ୧୫ ଜୁନ ୧୯୭୬ ମସିହାରେ ସ୍ଥାପିତ ହୋଇଥିଲା । ନିମ୍ କରୋଲି ବାବା ଯଦିଓ ଜାବିତ ନାହାନ୍ତି କିନ୍ତୁ ଭକ୍ତ ମାନଙ୍କ ଜନମାନସରେ ଏବେ ବି ସେ ବଞ୍ଚିଛନ୍ତି ।