ପରୀକ୍ଷା ପୂର୍ବରୁ CGL ପ୍ରଶ୍ନପତ୍ର ଲିକ୍ ସନ୍ଦେହରେ ବାଲେଶ୍ୱର ପୋଲିସର ଚଢ଼ାଉ
1 min readବାଲେଶ୍ୱର: ୧୦ ଲକ୍ଷରେ ବିକ୍ରି ହେଉଛି କି ଚାକିରି ? ପରୀକ୍ଷା ପୂର୍ବରୁ CGL ପ୍ରଶ୍ନପତ୍ର ଲିକ୍ ସନ୍ଦେହରେ ବାଲେଶ୍ବର ପୋଲିସର ଚଢ଼ାଉ । ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରେ ପରୀକ୍ଷାର୍ଥୀଙ୍କୁ ନେଇ ପ୍ରଶ୍ନ ଏବଂ ଉତ୍ତର କୁହାଯିବା ଖବର ପାଇ ଚଢ଼ାଉ କରିଛି ପୋଲିସ । ଚଢ଼ାଉ ସମୟରେ ୮୮ ଜଣ ଛାତ୍ରଛାତ୍ରୀ ଓ ୯ ଜଣ ଦଲାଲଙ୍କ ସହିତ ଗୋଟିଏ ବସ୍ ଓ ୭ରୁ ଅଧିକ ଗାଡ଼ିକୁ ଅଟକ ରଖିଛି ପୋଲିସ । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପରୀକ୍ଷାର୍ଥୀ ଥିବା ସୂଚନା ମିଳିଛି । ଘଟଣାରେ ଅଧିକ ତଦନ୍ତ କରୁଛି ବାଲେଶ୍ବର ଜିଲ୍ଲା ପୋଲିସ ପୋଲିସ ।