ଏଫଆଇଆର୍ ଦେଲେ, ବିଚ୍‌ ରାସ୍ତାରେ ଛୁରୀ ମାରିଲେ

1 min read

ଭୁବନେଶ୍ୱର: ରାଜଧାନୀରେ ଛୁରାମାଡ଼ । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଛୁରୀ ଭୁସିଲେ ୨ ଯୁବକ । ନୟାପଲ୍ଲୀ ପାସପୋର୍ଟ ଅଫିସ ନିକଟରେ ଘଟିଛି ଘଟଣା । ଛୁରା ମାଡ଼ର ଶିକାର ହୋଇଛନ୍ତି ନୟାପଲ୍ଲୀ ଅଞ୍ଚଳର ଅଭୟ ନାୟକ । ଘଟଣାରେ ସ୍ମୃତିରଞ୍ଜନ ସେଠୀ ଓ ବିଜୟ ସେଠୀ ୨ ଜଣକୁ ପୋଲିସ ଗିରଫ କରିଛି ।

 ପୋଲିସର ସୂଚନା ଅନୁସାରେ ପାସପୋର୍ଟ ଅଫିସ୍ ନିକଟରେ ଥିବା ଅଭୟ ନାୟକଙ୍କ କ୍ୟାବିନକୁ ଓଲଟାଇବାରୁ ସ୍ମୃତିରଞ୍ଜନ ସେଠୀ ଓ ବିଜୟ ସେଠୀ ସହ ବଚସା ହୋଇଥିଲା। ଏ ନେଇ ସ୍ମୃତିରଞ୍ଜନ ଓ ବିଜୟ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଖୋଜାଖୋଜି କରିବା ପରେ ସମାଧାନ ପାଇଁ ଯାଇଥିଲା ।

STABBING

ସେହି ସମୟରେ ଅଭୟ ନାୟକ ଓ ତାଙ୍କ ଦାଦା ଛକରେ ଥିବା ଖବର ପାଇ ସ୍ମୃତିରଞ୍ଜନ ଓ ବିଜୟ ଏକ ଧାରୁଆ ଛୁରିରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ନୟାପଲ୍ଲୀ ଥାନାଧିକାରୀ ସେହି ବାଟ ଦେଇ ଯାଉଥିଲେ । ଏଭଳି ଘଟଣା ଦେଖି ଆଇଆଇସି ଅରୁଣ ସ୍ୱାଇଁ ଗୋଡ଼ାଇ ଗୋଡ଼ାଇ ଆହତ ଅଭୟଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ମୃତିକୁ କାବୁ କରିଥିଲେ । ଅଭୟକୁ ଆହତ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଫେରାର ବିଜୟକୁ ମଧ୍ୟ ପୋଲିସ ଗିରଫ କରିଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ')}

Leave a Reply