ଭଦ୍ରକରେ ମନ୍ତେଇ ବ୍ରିଜ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରୁଛନ୍ତି 5T ସଚିବ
1 min readଭଦ୍ରକ: ଆଜି ଦ୍ବିତୀୟ ଦିନରେ ସକାଳୁ ସକାଳୁ ବିକାଶର ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ । ସକାଳୁ ମନ୍ତେଇ ବ୍ରିଜ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରୁଛନ୍ତି 5T ସଚିବ । ପରେ ବୈତରଣୀ ନଦୀ ନିକଟରେ ଭିତରକନିକାକୁ ପ୍ରବେଶ ପଥ ଏବଂ ନଦୀବନ୍ଧର ଅନୁଧ୍ୟାନ କରିବେ । ପରେ କ୍ରିଉ ଟ୍ରେନିଂ ସେଣ୍ଟର ଯିବେ 5T ସଚିବ । ସେଠାରେ ମିଶନ ଶକ୍ତି କାଫେ ଯାଇ ମାଆଙ୍କ ସହିତ ଆଲୋଚନା କରି ଜଳଖିଆ କରିବେ ।
କାଳି ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିବେ 5T ସଚିବ । ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଯାଇ ଅଗ୍ରଗତିର ସମୀକ୍ଷା କରିବେ । ଏହି ପ୍ରକଳ୍ପ ଦ୍ବାରା ଚାନ୍ଦବାଲି, ଧାମନଗର, ତିହିଡ଼ି ଓ ବାସୁଦେବପୁରକୁ ପାନୀୟ ଜଳ ଯୋଗାଣ ହେବ । ପରେ ଇନଡୋର ଷ୍ଟାଡିୟମ ଯାଇ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିବେ । ବାସୁଦେବପୁରରେ ବସଷ୍ଟାଣ୍ଡ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିବେ ।
ସିଏଚସିରେ ଆମ ହସପିଟାଲ ରୂପାନ୍ତରଣ କାମର ଅନୁଧ୍ୟାନ କରିବା ପରେ ଏବି ହାଇସ୍କୁଲରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ BCCUBB ହାଇସ୍କୁଲରେ ରୂପାନ୍ତରଣ କାମ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ । ରକ୍ତତୀର୍ଥ ଇରାମ ଗସ୍ତ କରି ବିକାଶ କାମର ଅନୁଧ୍ୟାନ କରିବେ । ପରେ ଦିନତମାମ ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା କରିବେ 5T ସଚିବ ।