୧୭୦ ମୃତଦେହ ଚିହ୍ନଟ ସରିଲାଣି, ଲିଗାଲ ଡକ୍ୟୁମେଣ୍ଟ ପାଇଁ ବ୍ୟସ୍ତ ନ ହେବାକୁ କହିଲେ ମୁଖ୍ୟ ଶାସନ ସଚିବ

1 min read

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା । ପ୍ରେସମିଟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର ଅଛି । ମୃତଦେହ ଚିହ୍ନଟ ଏବଂ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଏ ଯାଏ ୧୭୦ ମୃତଦେହ ଚିହ୍ନଟ ସରିଲାଣି । ମୃତଦେହ ପରିବହନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମୃତଦେହ ନେବାର ବ୍ୟବସ୍ଥା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ।

ଲିଗାଲ ଡକ୍ୟୁମେଣ୍ଟ ପାଇଁ ବ୍ୟସ୍ତ ନ ହେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ । କମ୍ ସମୟ ମଧ୍ୟରେ ମୃତ୍ୟୁ ପ୍ରମାଣପତ୍ର ଯୋଗାଇ ଦିଆଯିବ । ଦୁଇଟି ଟୋଲ ଫ୍ରି ନମ୍ବର ରହିଛି
କଲ୍ କରି ଆହତ ଓ ମୃତକଙ୍କ ସମ୍ପର୍କରେ ଜାଣିପାରିବେ । କଲ୍ କରି ଆହତ ଓ ମୃତକଙ୍କ ସମ୍ପର୍କରେ ଜାଣିପାରିବେ । ଶୃଙ୍ଖଳିତ ଢ଼ଙ୍ଗରେ ଚାଲିଛି ଚିହ୍ନଟ ପ୍ରକ୍ରିୟା ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଦେଲେ ଏସଆରସି । ପ୍ରାୟ ୧୨ଶହ ଆହତଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ଠିକ୍ ସମୟରେ ଉଦ୍ଧାର ନହୋଇଥିଲେ ବଢ଼ିଥାନ୍ତା ମୃତ୍ୟୁସଂଖ୍ୟା ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେଇଥିଲେ ରାଜ୍ୟ ସରକାରରାଜ୍ୟ ସରକାରଙ୍କ ପାଇଁ ଅନେକ ଜୀବନ ବଞ୍ଚିଗଲା ।

ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ଦିଆଯାଉଛି ଅନୁକମ୍ପା ସହାୟତା ରାଶି । ରେଳ ବିଭାଗ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରାଯାଉଛି । ବାଲେଶ୍ବର ଷ୍ଟେସନରେ ପ୍ରଦାନ କରାଯାଉଛି ଚେକ୍‌  । ମୃତକଙ୍କ ପରିବାରକୁ ୯ ଲକ୍ଷ ୫୦ ହଜାର ଟଙ୍କା ଚେକ ଓ ୫୦ ହଜାର ନଗଦ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଗୁରୁତରଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ରେଳ ଷ୍ଟେସନରେ ରେଳ ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି ।

ଅନ୍ୟପଟେ ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି କେନ୍ଦ୍ରାଞ୍ଚଳ RDC ସୁରେଶ ଦଳେଇ ଓ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ । ରୋଗୀ ଓ ମୃତକଙ୍କ ସଂଖ୍ୟା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି । ବାଲେଶ୍ବର ହସ୍ପିଟାଲରେ ୩୧ ଜଣଙ୍କର ଚିକିତ୍ସା ଚାଲିଛି । ଜଣେ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବ । ୫ରୁ ୬ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଆଉ କିଛି ଆହତ ସୁସ୍ଥ ହେବାପରେ ଆସନ୍ତାକାଲି ସେମାନଙ୍କୁ ଡିସଚାର୍ଜ କରାଯିବ । ଭୁବନେଶ୍ୱର ମହାନଗର ନିଗମ ଟୋଲ ଫ୍ରି ନମ୍ବର ଜାରି କରିଛି । ଆହତ ଓ ମୃତ ଯାତ୍ରୀଙ୍କ ସମ୍ପର୍କରେ ଜାଣିବା ପାଇଁ ମାଗଣା ବ୍ୟବସ୍ଥା ସହ ଯାତାୟାତ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ବାହାନଗା ଷ୍ଟେସନରେ ଏଡିଆରଏମ୍ ପହଞ୍ଚି ଦୁର୍ଘଟଣା ପରର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ କଟକ ଏସସିବିରେ ମଧ୍ୟ କିଛି ଯାତ୍ରୀଙ୍କର ଚିକିତ୍ସା ଚାଲିଛି । ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିବା ୧୯୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୫୨ ଜଣଙ୍କୁ ଡିସଚାର୍ଜ କରାଯାଇଛି । ବାକି ୧୪୨ ଜଣଙ୍କ ଚିକିତ୍ସା ଚାଲିଛି । ୧୦ ଜଣ ଯାତ୍ରୀ ଆଇସିୟୁରେ ଅଛନ୍ତି । ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ସର୍ଜରୀ, ନ୍ୟୁରୋସର୍ଜରୀ ଓ ଅର୍ଥୋପେଡିକ ବିଭାଗରେ ସମସ୍ତଙ୍କର ଚିକିତ୍ସା ଚାଲିଛି । ବିହାର ଓ ପଶ୍ଚିମବଙ୍ଗରୁ ଆସୁଥିବା ଆହତ ଯାତ୍ରୀଙ୍କ ସମ୍ପର୍କୀୟଙ୍କୁ ହେଲ୍ପ ଡେସ୍କ ଜରିଆରେ ସହାୟତା ଯୋଗଇ ଦିଆଯାଉଛି । ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏସସିବି ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ବାବଦରେ ପଚାରି ବୁଝିଛନ୍ତି ।