ଶେଷରେ ବାହାନଗାରେ ଗଡ଼ିଲା ପାସେଞ୍ଜର ଟ୍ରେନ୍
ବାଲେଶ୍ବର: ୫୦ ଘଣ୍ଟାରୁ ଅଧିକ ସମୟର ନନଷ୍ଟପ୍ ମରାମତି ପରେ ଶେଷରେ ବାହାନଗାରେ ଗଡ଼ିଲା ଟ୍ରେନ୍। ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଟ୍ରାକରେ ଗଡ଼ିଛି ପାସେଞ୍ଜର ଟ୍ରେନ୍ । ଗତକାଲି ଉଭୟ ଟ୍ରାକରେ ମାଲବାହୀ ଟ୍ରେନ ଚଳାଚଳ କରିଥିଲା । ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଜୋରସୋରରେ ମରାମତି ଚାଲିଥିଲା ।
ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ଖୁଣ୍ଟି ଓ ରେଳଧାରଣା ମରାମତି କାମ କରାଯାଇଥିଲା । ଏହି କାର୍ଯ୍ୟରେ ହଜାରେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ । ଦୁର୍ଘଟଣା ପରେ ପ୍ରଥମ ଚ୍ୟାଲେଞ୍ଜ ଭାବେ କ୍ଷତିଗ୍ରସ୍ତ ଧାରଣାକୁ ହଟାଯାଇଥିଲା । ଏଥିସହ ୨୧ଟି କ୍ଷତିଗ୍ରସ୍ତ ବଗିକୁ ହଟା ଯାଇଥିଲା । ୩୦ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗିଥିବା ବେଳେ ତାର ଛିଣ୍ଡି ଯାଇଥିଲା । ନୂଆ ବିଦ୍ୟୁତ ଖୁଣ୍ଟି ସହ ରେଳ ଲାଇନ ମରାମତି ହୋଇଛି ।