ଡୋପ୍ ଟେଷ୍ଟରେ ଫେଲ୍ ଯୋଗୁ ଫସିଲେ ଭାରୋତ୍ତୋଳକ ରବି କୁମାର, ୪ ବର୍ଷ ପାଇଁ ହେଲେ ବାସନ୍ଦ
1 min readଭାରୋତ୍ତୋଳକ କେ. ରବି କୁମାର ୪ ବର୍ଷ ପାଇଁ ବାସନ୍ଦ। ଡୋପ୍ ଟେଷ୍ଟରେ ଧରାପଡ଼ିଥିବାରୁ ରବି କୁମାରଙ୍କୁ ନାଡା ପକ୍ଷରୁ ବାସନ୍ଦ କରାଯାଇଛି। ତାଙ୍କ ବ୍ୟତୀତ ଆଉ ୪ଜଣ ଖେଳାଳିଙ୍କୁ ମଧ୍ୟ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ସେମାନେ ହେଲେ ଭାରୋତ୍ତୋଳନକାରି ପୁର୍ଣ୍ଣିମା ପାଣ୍ଡେ, ଗୁରମେଲ ସିଂହ, ଡିସ୍କସ୍ ଥ୍ରୋର ଖେଳାଳି ଧରମ୍ ରାଜ୍ ଯାଦବ ଓ ସ୍ପ୍ରିଣ୍ଟର ସଞ୍ଜିତ। ୨୦୨୦ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଏହା ଏକ ବଡ଼ ଝଟ୍କା ଲାଗିଛି। ଏହି ବାସନ୍ଦ ଫଳରେ ରବି କୁମାରଙ୍କ ସହ ଅନ୍ୟ ଖେଳାଳି ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିବେ। ନ୍ୟାସନାଲ୍ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି ତାଥା ନାଡା ଦ୍ୱାରା ହୋଇଥିବା ପରୀକ୍ଷାରେ ପୂର୍ବରୁ ତାଙ୍କର ଏ-ସାମ୍ପୁଲ ପଜେଟିଭ୍ ଆସିଥିଲା । ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କେ. ରବିକୁମାର ୬୯ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ ।
ସେପଟେ ରବି କୁମାର ଏନେଇ ମୁହଁ ଖୋଲିଛନ୍ତି। ରବି କୁମାର କହିଛନ୍ତି ପୂର୍ବରୁ ମୁଁ ବାସନ୍ଦ ହୋଇଥିଲି । କିନ୍ତୁ କୌଣସି ଟାଇମ ପିରିୟଡ଼ କୁହାଯାଇନଥିଲା । ଏବେ ଏହା ୪ ବର୍ଷ ପାଇଁ ବାସନ୍ଦ ନେଇ ନାଡ଼ା ଦର୍ଶାଇଛି। ଏନେଇ ମୁଁ ଆଇନର ସାହାରା ନେଇଛି। ନାଡ଼ାର ଏହି ନିଷ୍ପତ୍ତି ବିରୋଧରେ ମୁଁ କେସ୍ କରଛି। କୋର୍ଟରେ ଗୋଟିଏ ଶୁଣାଣି ସରିଛି। ଆଗକୁ ଶୁଣାଣି ହେବ। ଆଉ ମୁଁ ଦୃଢ ଆଶାବାଦୀ ଯେ ନିଶ୍ଚିତ ଭାବେ ଏହି କେସ୍ ଜିତିବି । ')}