ଆବଶ୍ୟକ ପଡ଼ିଲେ ବଢ଼ିପାରେ ଯୁକ୍ତ ଦୁଇ ସିଟ୍‌: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମାଟ୍ରିକ ରେଜଲ୍ଟ ବାହାରିଲା ପରେ ଏବେ ଯୁକ୍ତ ୨ ନାମଲେଖା ଚିନ୍ତା । ମେରିଟ୍ ଓ ପାସ୍ ହାର ତୁଳନାରେ ଯୁକ୍ତଦୁଇ ସିଟ୍ ସଂଖ୍ୟା କମ୍ ଅଛି । ତେଣୁ ଆବଶ୍ୟକ ପଡ଼ିଲେ ଯୁକ୍ତ ଦୁଇ ସିଟ୍‌ ବଢ଼ିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ଏନେଇ ସୋମବାର ସମୀକ୍ଷା ବୈଠକ ବସିବ । ଏବର୍ଷ ମାଟ୍ରିକ ପରୀକ୍ଷାଫଳ ସିବିଏସଇ ଓ ଆଇସିଏସଇକୁ ପଛରେ ପକାଇ ଦେଇଛି । ତେଣୁ ଯୁକ୍ତଦୁଇ ସିଟ୍ ସଂଖ୍ୟା ନବଢ଼ିଲେ ଇଚ୍ଛା ମୁତାବକ କଲେଜରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ନିରାଶ ହେବେ ।

ମେଧାବୀ ଛାତ୍ରଛାତ୍ରୀ ନିଶ୍ଚିତ ଭଲ କଲେଜରେ ସିଟ୍‌ ପାଇବେ। ଯେତିକି ଯୁକ୍ତ ସିଟ୍ ଅଛି, ତାହା ପୂରଣ ହେବା ପରେ ସିଟ୍‌ ବଢ଼ିବା କଥା ଚିନ୍ତା କରାଯିବ । ଯେଉଁଠି ସିଟ୍ ବଢ଼ାଇବା ସମ୍ଭବ ହେବ, ବଢ଼ାଯିବ । ସବୁ ଦିଗକୁ ଚିନ୍ତା କରି ସିଟ୍‌ ବଢ଼ିବା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।