spot_img

Latest Posts

ବଙ୍ଗାେପସାଗରରେ ଦାନା ବାନ୍ଧୁଛି ‘ବୁଲବୁଲ’!

ଓଡ଼ିଶା ପାଇଁ ଟଳିନି ବର୍ଷା ଓ ବାତ୍ୟା ବିପଦ । ଘରୋଇ ପାଣିପାଗ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ସପ୍ତାହ ଶେଷ ବେଳକୁ ବାତ୍ୟା ରୂପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ସ୍କାଏମେଟ୍  ପୂର୍ବାନୁମାନ କରୁଛି । ଯଦି ଏହି ଘୂର୍ଣ୍ଣିବଳୟ ବାତ୍ୟା ରୂପ ଧାରଣ କରେ ତେବେ ଆସନ୍ତା ୧୦ କିମ୍ବା ୧୧ ତାରିଖ ବେଳକୁ ଓଡ଼ିଶାରେ ବାତ୍ୟା ହେବାର ସମ୍ଭାବନା ରହିଛି।

ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନର ଜଳବାୟୁ ସ୍ଥିତି ଯାହା, ବାତ୍ୟା ପାଇଁ ପାଗ ସୁହାଉଛି ବୋଲି ସେ କହିଛନ୍ତି ।

ଶରତ ସାହୁଙ୍କ କହିବା କଥା ହେଉଛି, ଆରବ ସାଗର ବାତ୍ୟା ‘ମହା’ ଦୁର୍ବଳ ହେଲେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟକୁ ବଳ ମିଳିବ। ୫ ତାରିଖ ବେଳକୁ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି । ଆସନ୍ତା ୬ ବା ୭ ତାରିଖ ଆଡ଼କୁ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ୮ ତାରିଖ ପରେ ଏହା ବାତ୍ୟାରେ ପରିଣତ ହୋଇପାରେ। ଯଦି ଏହା ବାତ୍ୟାରେ ପରିଣତ ହୁଏ ତେବେ ଏହାର ନାଁ ରହିବ ବୁଲବୁଲ । ଏହି ସମୟରେ ପବନର ବେଗ ୧୦୦ ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଉପରେ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । 

ସ୍କାଏମେଟ୍ ଯାହା ଅନୁମାନ କରିଛି,  ୬ ରୁ ୭ ତାରିଖ ବେଳକୁ ଆକାଶ ମେଘାଚ୍ଛନ୍ନ ରହିବ। ୮ ରୁ ୯ ତାରିଖ ବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବାତ୍ୟା ୧୦ କିମ୍ବା ୧୧ ତାରିଖରେ ଜଗତସିଂହପୁର ଓ କେନ୍ଦ୍ରାପଡା ମଧ୍ୟରେ ସ୍ଥଳଭାଗ ଛୁଇଁବା ପୂର୍ବାନୁମାନ କରାଯାଉଛି। ')}

Latest Posts

Don't Miss