spot_img

Latest Posts

ପ୍ରଥମ ଦିନରେ ବାବା କେଦାରନାଥଙ୍କୁ ଦର୍ଶନ କଲେ ୧୮ ହଜାର ଶ୍ରଦ୍ଧାଳୁ

ହରିଦ୍ୱାର: ଏପ୍ରିଲ୍ ୨୫ରେ ଖୋଲିଥିଲା ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର। ଏଥିସହିତ ପ୍ରଥମ ଦିନରେ ବାବା କେଦାରନାଥଙ୍କ ଦର୍ଶନ କରିଥିଲେ ପ୍ରାୟ ୧୮ ହଜାରରୁ ଅଧିକ ଶ୍ରଦ୍ଧାଳୁ। ମନ୍ଦିର ଖୋଲିବା ପରେ ପ୍ରଥମେ ମୁଖ୍ୟ ରାଓଲ ଭିମାଲିଙ୍ଗଙ୍କ ସହ ମନ୍ଦିର କମିଟିର ଅଧିକାରୀ ଓ ପୂଜାରୀ ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲେ।

ତେବେ ଏହି ଅବସରରେ ବାବାଙ୍କୁ ଦର୍ଶନ ପାଇଁ ଆସିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ। କିନ୍ତୁ ପ୍ରୋଟୋକଲ୍ ନଥିବାରୁ ସେ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଯାହା ପରେ ସେ ସମାଧିସ୍ଥଳରେ ୧ ଘଣ୍ଟା ପାଇଁ ଧାରଣାରେ ବସିଥିଲେ।

ଏହାକୁ ନେଇ ହରିଦ୍ୱାରର ଶ୍ରୀଜୟରାମ ଆଶ୍ରମର ପରମାଧ୍ୟକ୍ଷ ବ୍ରହ୍ମସ୍ୱରୂପ ବ୍ରହ୍ମଚାରୀ କହିଛନ୍ତି, ଦେବଭୂମିରେ ଏଭଳି କାର୍ଯ୍ୟ ଶଙ୍କରାଚାର୍ଯ୍ୟଙ୍କ ପାଇଁ ଅପମାନ।

Latest Posts

Don't Miss