ଓଡିଶା ଦେଖିବ ଭିନ୍ନକ୍ଷମଙ୍କ କମାଲ

1 min read

ଭୁବନେଶ୍ୱର: ଏଣିକି ଓଲିଉଡ୍‌ରେ ଆକ୍ଟିଂ କରିବେ ଭିନ୍ନକ୍ଷମ । କାହାଣୀର ଚରିତ୍ର ହିସାବରେ ଭିନ୍ନକ୍ଷମଙ୍କୁ ଅଭିନୟ ପାଇଁ ସୁଯୋଗ ଦିଆଯିବ । ଏମିତି କିଛି ଭିନ୍ନକ୍ଷମ ଟ୍ୟାଲେଣ୍ଟଙ୍କୁ ଖୋଜି ସେମାନଙ୍କୁ ତିଆରି କରିଛନ୍ତି ଅଭିନେତା ସବ୍ୟସାଚୀ ଏବଂ ତାଙ୍କ ଟିମ୍‌ । ସାରା ଓଡ଼ିଶାରୁ ୨୨ଜଣ ଭିନ୍ନକ୍ଷମ ପ୍ରତିଭାଙ୍କୁ ଚୟନ କରି ସେମାନଙ୍କୁ ଏକ ବର୍ଷ ପଯ୍ର୍ୟନ୍ତ ତାଲିମ୍‌ ଦେଇଛନ୍ତି ।

ସେମାନଙ୍କ ମଧ୍ୟରେ କିଏ ଡ୍ୟାନ୍‌ସର ତ କିଏ ହାସ୍ୟ ଅଭିନେତା , କିଏ ପାର୍ଶ୍ୱ ଅଭିନେତା ଏବଂ କିଏ ସିଙ୍ଗର ଅଛନ୍ତି । ଆଉ କିଏ ନିଜ ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କୁ କନ୍ଦେଇବାରେ ମାହିର ଅଛନ୍ତି ।

ଏହି ୨୨ ଜଣ ଭିନ୍ନକ୍ଷମ କଳାକାରଙ୍କୁ ନେଇ ଆସନ୍ତା ୪ ତାରିଖରେ ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ହେବ ସୁପର-ଟେ୍ୱଣ୍ଟିଟୁ ‘ଶୋ’ । ଓଡ଼ିଶାରେ ପ୍ରଥମ କରି ଏଭଳି ‘ଶୋ’ ଆୟୋଜନ ହେବାକୁ ଯାଉଛି । ଏଭଳି ଏକ ଅଭିନବ ‘ଶୋ’ କରିବାକୁ ଯାଉଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ ।

ଏନେଇ ଗତ ବର୍ଷ ନଭେମ୍ବର ମାସରେ ଅଡିସନ କରାଯାଇଥିଲା । ୭୦ ପ୍ରତିଯୋଗୀଙ୍କମଧ୍ୟରୁ ୨୨ ଜଣ ଭିନ୍ନକ୍ଷମ ପ୍ରତିଭାଙ୍କୁ ଚୟନ କରିଥିଲେ ସବ୍ୟସାଚୀ ଏବଂ ତାଙ୍କ ସ୍ମାଇଲ ପ୍ଳିଜ୍‌ ଟିମ୍‌ । ପରେ ସେମାନଙ୍କୁ ୧ ବର୍ଷ ହେବ ତାଲିମ୍‌ ଦିଆଯାଇଛି । ଭିନ୍ନକ୍ଷମ ହେଲେ ବି ସେମାନଙ୍କ ପାଖରେ ଥିବା ପ୍ରତିଭାକୁ ବାହାରକୁ ଆଣିବା ସହିତ ସେମାନଙ୍କୁ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ସୁଯୋଗ ଦେବାପାଇଁ ଏଭଳି ପ୍ରୟାସ କରିଛନ୍ତି ସବ୍ୟସାଚୀ ।

ଏହି ‘ଶୋ’ ପରେ ସେମାନଙ୍କୁ ନେଇ ଓଲିଉଡ୍‌ ଇଣ୍ଡଷ୍ଟ୍ରି ଚଳଚିତ୍ର କରିବା ସହ ଷ୍ଟେଜ୍‌ ‘ଶୋ’ ଏବଂ ଡକୁମେଣ୍ଟାରି ଫିଲ୍ମ କରିବା ପାଇଁ ଯୋଜନା କରିଛନ୍ତି ସବ୍ୟ । ସବ୍ୟଙ୍କ ସହ ଅର୍ଚ୍ଚିତା ମଧ୍ୟ ଏହି ମିଶନ୍‌ରେ ସାମିଲ୍‌ ହୋଇଛନ୍ତି । ')}

Leave a Reply