ଦେଶର ସବୁଠୁ ଖୁସି ରାଜ୍ୟ ତାଲିକାର ଟପ୍ ଥ୍ରି’ରେ ଓଡ଼ିଶା
ଭୁବନେଶ୍ୱର: ଦେଶର ସବୁଠୁ ଖୁସି ରାଜ୍ୟ ତାଲିକାର ଟପ ଥ୍ରିରେ ସ୍ଥାନ ପାଇଛି ଓଡ଼ିଶା । ଗତ ଥର ଅପେକ୍ଷା ୧୩ ସ୍ଥାନ ଡେଇଁ ଟପ୍ ଥ୍ରିରେ ସ୍ଥାନ ହାସଲ ପାଇବାରେ ସଫଳ ହୋଇଛି ଓଡ଼ିଶା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍ କରି ଜଣାଇଛି ।
ଗତ ଥର ଓଡ଼ିଶା ୧୬ ନମ୍ବର ସ୍ଥାନରେ ଥିଲା । ଏଥର ଓଡ଼ିଶା ତୃତୀୟ ସ୍ଥାନ ଦଖଲ କରିଛି । ସର୍ବେକ୍ଷଣ କରିଥିବା ଦି ୱିକ ସଂସ୍ଥା ଏହି ତାଲିକା ପ୍ରକାଶ କରିଛି । ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଲୋକଙ୍କ ମଧ୍ୟରେ ଖୁସିର ମାତ୍ରା ବୃଦ୍ଧି ପାଇଛି ବୋଲି ସର୍ଭେରେ କୁହାଯାଇଛି । ତେବେ ବଡ ରାଜ୍ୟ ମାନଙ୍କ ମଧ୍ୟରେ ହିମାଚଳ ପ୍ରଦେଶ ପୂର୍ବପରି ଏକ ନମ୍ବର ସ୍ଥାନରେ ରହିଛି । ସେହିପରି କ୍ଷୁଦ୍ର ରାଜ୍ୟଗୁଡିକ ମଧ୍ୟରେ ଗୋଆ ରହିଛି ସବୁଠୁ ଆଗୁଆ ।
କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଟେଗୋରୀରେ ଲାକ୍ଷାଦ୍ୱୀପ ୮ରୁ ଉଠି ଏକ ନମ୍ବର ସ୍ଥାନ ଦଖଲ କରିବାରେ ସଫଳ ହୋଇଛି । ମୋଟ ୭ଟି ତତ୍ତ୍ୱକୁ ନେଇ ଏହି ସର୍ଭେ କରାଯାଇଥିଲା । ନିଜ ପସନ୍ଦ ପାଇଁ ସ୍ୱାଧୀନତା , ଦୁର୍ନୀତି ପ୍ରତି ମନୋଭାବ, ରାଜ୍ୟର ଘରୋଇ ଉତ୍ପାଦନ ନେଇ ବିକାଶ ସୁଯୋଗ, ଉପଭୋକ୍ତା ଅର୍ଥ ସୂଚକାଙ୍କ, ସାକ୍ଷାରତା ହାର, ଜନ୍ମବେଳେ ସ୍ୱାସ୍ଥ୍ୟଗତ ଆକାଂକ୍ଷା, ବହୁମୁଖୀ ଗରିବୀ ଓ ସ୍ୱାସ୍ଥ୍ୟ ସୂଚକାଙ୍କ । ଏପରି ୭ଟି କ୍ୟାଟେଗୋରୀରେ ସର୍ଭେ କରାଯାଇ ସବୁଠୁ ଖୁସିର ରାଜ୍ୟ ତାଲିକା ପ୍ରକାଶ ପାଇଛି ।